ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ; ପୁଲଓ୍ବାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଛନ୍ତି । ପୁଲଓ୍ବାମାରୁ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଜଣେ ପ୍ରବାସୀ ଶ୍ରମିକକୁ ଆତଙ୍କୀମାନେ ଗୁଳି ମାଡ଼ କରିଛନ୍ତି । ଫଳରେ ଶ୍ରମିକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, ଗୁରୁବାର ପୁଲଓ୍ବାମାର ତ୍ରାତ୍ କ୍ଷେତ୍ରରେ ଜଣେ ପ୍ରବାସୀ ଶ୍ରମିକ ଗୁଳି ମାରିଛନ୍ତି ଆତଙ୍କବାଦୀ । ଶ୍ରମିକ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ଶୁଭମ କୁମାର । ସେ ବିଜନୌରର ବାସିନ୍ଦା । ଆତଙ୍କବାଦୀମାନେ ବଟାଗୁଣ୍ଡରେ ଶୁଭମ୍ ହାତରେ ଗୁଳିମାରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁଭମଭ୍ର ସ୍ବାସ୍ଥ୍ୟାବସ୍ତା ଏବେ ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି । ଗତ କିଛି ଦିନ ହେଲା କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି । ସପ୍ତାହେ ଭିତରେ ଏହା ତୃତୀୟ ଘଟଣା । ଆତଙ୍କବାଦୀଙ୍କୁ ଆକ୍ରୋଶର ଶିକାର ହୋଇଛନ୍ତି ବାହାର ରାଜ୍ୟର ପ୍ରବାସୀ ଶ୍ରମିକ । ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ । ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଛନ୍ତି । ପୁଲଓ୍ବାମାରୁ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଜଣେ ପ୍ରବାସୀ ଶ୍ରମିକକୁ ଆତଙ୍କୀମାନେ ଗୁଳି ମାଡ଼ କରିଛନ୍ତି । ଫଳରେ ଶ୍ରମିକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।
ସୂଚନା ଅନୁଯାୟୀ, ଗୁରୁବାର ପୁଲଓ୍ବାମାର ତ୍ରାତ୍ କ୍ଷେତ୍ରରେ ଜଣେ ପ୍ରବାସୀ ଶ୍ରମିକ ଗୁଳି ମାରିଛନ୍ତି ଆତଙ୍କବାଦୀ । ଶ୍ରମିକ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ଶୁଭମ କୁମାର । ସେ ବିଜନୌରର ବାସିନ୍ଦା । ଆତଙ୍କବାଦୀମାନେ ବଟାଗୁଣ୍ଡରେ ଶୁଭମ୍ ହାତରେ ଗୁଳିମାରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁଭମଭ୍ର ସ୍ବାସ୍ଥ୍ୟାବସ୍ତା ଏବେ ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି ।
ଗତ କିଛି ଦିନ ହେଲା କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି । ସପ୍ତାହେ ଭିତରେ ଏହା ତୃତୀୟ ଘଟଣା । ଆତଙ୍କବାଦୀଙ୍କୁ ଆକ୍ରୋଶର ଶିକାର ହୋଇଛନ୍ତି ବାହାର ରାଜ୍ୟର ପ୍ରବାସୀ ଶ୍ରମିକ । ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ । ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।