ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ଅଭିଯୁକ୍ତ ସନ୍ତୋଷ
କଟକ: ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାର ତନାଘନା ତଦନ୍ତ । ଆଜିଠୁ ରିମାଣ୍ଡରେ ଆସିବ ଅଭିଯୁକ୍ତ ସନ୍ତୋଷ । ଦୁଇଦିନିଆ ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ । ଜେଏମଏଫସି କୋର୍ଟ ୫ଦିନିଆ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ ପୋଲିସ । ଆଜି ସନ୍ତୋଷକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ? ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ? […] The post ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ଅଭିଯୁକ୍ତ ସନ୍ତୋଷ appeared first on KNews Odisha.

କଟକ: ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାର ତନାଘନା ତଦନ୍ତ । ଆଜିଠୁ ରିମାଣ୍ଡରେ ଆସିବ ଅଭିଯୁକ୍ତ ସନ୍ତୋଷ । ଦୁଇଦିନିଆ ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ । ଜେଏମଏଫସି କୋର୍ଟ ୫ଦିନିଆ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ ପୋଲିସ । ଆଜି ସନ୍ତୋଷକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ? ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ? ଏଭଳି ଗୁଡେଇ ତୁଡେଇ ପ୍ରଶ୍ନ କରିବ ତଦନ୍ତକାରୀ ଟିମ୍ । ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡରେ ପୂର୍ବରୁ ସନ୍ତୋଷ ଓ ପତ୍ନୀ ବାସନ୍ତୀଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ୨୦୧୯ ଡିସେମ୍ବର ୧୨ ସଂଧ୍ୟାରେ କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ଘରେ ରହୁଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପୂର୍ବ ଓ ପରବର୍ତ୍ତୀ ସମୟରେ 40 ଘଣ୍ଟା ପର୍ଯ୍ୟନ୍ତ ବାସନ୍ତିର ମୋବାଇଲ ବନ୍ଦ ରହିଥିଲା । ମୋବାଇଲ ବନ୍ଦ ରହିବା ପରେ ପୋଲିସର ସନ୍ଦେହ ବାସନ୍ତୀ ଆଡକୁ ହୋଇଥିଲା । କିନ୍ତୁ ତଦନ୍ତରେ ଜଣା ପଡିଲା ସେ ଘଟଣା ଦିନ ସୁନ୍ଦରଗଡ଼ରେ ଥିଲା । ରହସ୍ୟ ହୋଇ ରହିଥିଲା ହତ୍ୟାକାଣ୍ଡ । ପୋଲିସ ପାଇଁ ଏ ମାମଲା ଚ୍ୟାଲେଞ୍ଜିିଂ ଥିଲା । ପରିବାର ଲୋକେ ବାରମ୍ବାର ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରି ଆସୁଥିଲେ । ଏହାପରେ ଯୋଜନାବଦ୍ଧ ଏବଂ ପୁରା ପ୍ଲାନିଂଗର ସହିତ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଧରିବା ପାଇଁ ସକ୍ଷମ ହୋଇଥିଲା । ପରେ ସନ୍ତୋଷ ପତ୍ନୀ ବାସନ୍ତୀକୁ ଗିରଫ କରିଥିଲା କମିଶନରେଟ ପୋଲିସ ।
ଆହୁରି ପଢ଼ନ୍ତୁ : ବେଙ୍ଗାଲୁରୁରୁ ଫେରିବା ପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଜାରି ରହିଛି ତଦନ୍ତ
The post ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ଅଭିଯୁକ୍ତ ସନ୍ତୋଷ appeared first on KNews Odisha.