ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର

ପୁରୀ, ୭।୫: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ସିଆରା ଗାଁର ସୁକାନ୍ତ ପ୍ରଧାନ ଅନଲାଇନ ଗେମ ଖେଳି କୋଟିପତି ହୋଇଛନ୍ତି। ସେ ମହିନ୍ଦ୍ରା ଥାର କାର ପୁରସ୍କାର ସହିତ ତିନି କୋଟି ଟଙ୍କା ପାଇଛନ୍ତି। ବର୍ତ୍ତମାନ, ତାଙ୍କୁ ବନ୍ଧୁ ଏବଂ ସହକର୍ମୀଙ୍କଠାରୁ ଶୁଭେଚ୍ଛା ମିଳୁଛି। ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଏବଂ ଦୀର୍ଘ ସମୟ ଧରି କ୍ରିକେଟ ଖେଳୁଛନ୍ତି। ସେ ଅଶ୍ୱନୀଙ୍କୁ ଅଧିନାୟକ ଭାବେ ନେଇ ଖେଳି ଏହି ସଫଳତା ହାସଲ କରିଛନ୍ତି। ଏତେ ପରିମାଣର ଟଙ୍କା […] The post ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର appeared first on Dharitri Odia News.

ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର

ପୁରୀ, ୭।୫: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ସିଆରା ଗାଁର ସୁକାନ୍ତ ପ୍ରଧାନ ଅନଲାଇନ ଗେମ ଖେଳି କୋଟିପତି ହୋଇଛନ୍ତି। ସେ ମହିନ୍ଦ୍ରା ଥାର କାର ପୁରସ୍କାର ସହିତ ତିନି କୋଟି ଟଙ୍କା ପାଇଛନ୍ତି। ବର୍ତ୍ତମାନ, ତାଙ୍କୁ ବନ୍ଧୁ ଏବଂ ସହକର୍ମୀଙ୍କଠାରୁ ଶୁଭେଚ୍ଛା ମିଳୁଛି।

ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଏବଂ ଦୀର୍ଘ ସମୟ ଧରି କ୍ରିକେଟ ଖେଳୁଛନ୍ତି। ସେ ଅଶ୍ୱନୀଙ୍କୁ ଅଧିନାୟକ ଭାବେ ନେଇ ଖେଳି ଏହି ସଫଳତା ହାସଲ କରିଛନ୍ତି। ଏତେ ପରିମାଣର ଟଙ୍କା ଏକାଥରେ ପାଇବା ପରେ ସେ କ’ଣ କରିବେ ବୋଲି ପଚରାଯିବାରୁ, ସେ କହିଛନ୍ତି ଯେ ତାଙ୍କର ଅନେକ ଋଣ ରହିଛି, ଯାହାକୁ ସେ ଏହି ଟଙ୍କାରୁ ପରିଶୋଧ କରିବେ। ଏହା ବ୍ୟତୀତ, ସେ କିଛି ଟଙ୍କା ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି।

ସୂଚନା ଅନୁସାରେ, ଗତକାଲି ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ଆଇପିଏଲ ମ୍ୟାଚ ଚାଲିଥିବା ବେଳେ, ସୁକାନ୍ତ ମାଇ ଇଲେଭେନ ସର୍କଲରେ ପ୍ରାୟ ଚଉଦଟି ଦଳ ଗଠନ କରି ଖେଳ ଆରମ୍ଭ କରିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେ ଲଟେରୀ ଜିତିଥିଲେ। ସେ ତିନି କୋଟି ଟଙ୍କାର ପୁରସ୍କାର ଏବଂ ଏକ ମହିନ୍ଦ୍ରା ଥାର କାର ପାଇଥିଲେ। ଏହି ଖବର ପାଇବା ପରେ ସୁକାନ୍ତ ନିର୍ବାକ ହୋଇଯାଇଥିଲେ।

The post ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର appeared first on Dharitri Odia News.