ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ
କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସୁଭଦ୍ରା ରଥ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ, ସିଡିପିଓ କଳ୍ପଳତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସୁଭଦ୍ରା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିପିସି ବିପିନ ବାରିକ, କିରାଣୀ ପ୍ରଦୀପ କୁମାର ମାଝୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ […] The post ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ appeared first on Dharitri Odia News.
କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସୁଭଦ୍ରା ରଥ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ, ସିଡିପିଓ କଳ୍ପଳତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସୁଭଦ୍ରା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିପିସି ବିପିନ ବାରିକ, କିରାଣୀ ପ୍ରଦୀପ କୁମାର ମାଝୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁଙ୍କ ସମେତ ସିଆରପି,ଏମବିକେ, ଫେଡରେଶନ କର୍ମକର୍ତ୍ତା, ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରଥ ଟି ସୋମବାର ସୁଦ୍ଧା ବ୍ଲକ ୧୨ଟି ପଞ୍ଚାୟତକୁ ଯାଇ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର କିଭଳି ସୁଫଳ ନେଇପାରିବେ ତଥା ସୁଭଦ୍ରାରେ ଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀଙ୍କୁ ସଚେତନତା ସୃଷ୍ଟି କରିବାକୁ ଥିବା ଜଣାପଡିଛି।
The post ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ appeared first on Dharitri Odia News.