ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି : ଦୁଇ ମୃତ, ୧୨ରୁ ଅଧିକ ଗୁରୁତର

ବୈପାରିଗୁଡ଼ା ୧୭।୦୩ : ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କୋରାପୁଟ ଦୋଳପୁରରୁ ମାଝିଗୁଡା ଯାଉଥିଲା ବରଯାତ୍ରୀ ଗାଡି । ଏଥିରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ଗାଡିଟି କୁନ୍ଦୁରା ଥାନା ଖଟଲାପଦର ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ୧୨ ଯାତ୍ରୀ ଗୁରୁତର ରହିଛନ୍ତି । ବାକି ଅନ୍ୟ ସବୁ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ କୁନ୍ଦୁରା ମେଡିକାଲରେ ଭର୍ତ୍ତି କରାଯାଇଛି । 

ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି : ଦୁଇ ମୃତ, ୧୨ରୁ ଅଧିକ ଗୁରୁତର

ବୈପାରିଗୁଡ଼ା ୧୭।୦୩ : ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, କୋରାପୁଟ ଦୋଳପୁରରୁ ମାଝିଗୁଡା ଯାଉଥିଲା ବରଯାତ୍ରୀ ଗାଡି । ଏଥିରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ଗାଡିଟି କୁନ୍ଦୁରା ଥାନା ଖଟଲାପଦର ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ୧୨ ଯାତ୍ରୀ ଗୁରୁତର ରହିଛନ୍ତି । ବାକି ଅନ୍ୟ ସବୁ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ କୁନ୍ଦୁରା ମେଡିକାଲରେ ଭର୍ତ୍ତି କରାଯାଇଛି ।