ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ

ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ କଳା ଐତିହାସିକ। ସେ କ୍ରେମଲିନ ସମର୍ଥକ ସେଫ୍‌ ଇଣ୍ଟରନେଟ୍‌ ଲିଗ୍‌ର ମୁଖ୍ୟ। ତାଙ୍କର ମୁଖ୍ୟ କାମ ହେଉଛି ଯେ ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ନେଇ ରୁଷିଆ ଏବଂ ଏହାର ରାଷ୍ଟ୍ରପତିଙ୍କୁ ନେଇ ହେଉଥିବା ଆଲୋଚନା […] The post ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ appeared first on Dharitri Odia News.

ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ

ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ କଳା ଐତିହାସିକ। ସେ କ୍ରେମଲିନ ସମର୍ଥକ ସେଫ୍‌ ଇଣ୍ଟରନେଟ୍‌ ଲିଗ୍‌ର ମୁଖ୍ୟ। ତାଙ୍କର ମୁଖ୍ୟ କାମ ହେଉଛି ଯେ ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ନେଇ ରୁଷିଆ ଏବଂ ଏହାର ରାଷ୍ଟ୍ରପତିଙ୍କୁ ନେଇ ହେଉଥିବା ଆଲୋଚନା ଉପରେ ନଜର ରଖିବା। ମିଜୁଲିନା ୬୯ ବର୍ଷୀୟ ପୁଟିନଙ୍କ ସମର୍ଥକ ଏବଂ ୟୁକ୍ରେନ୍‌ ବିରୋଧୀ ସିନେଟର ଏଲେନା ମିଜୁଲିନାଙ୍କ ଝିଅ। ରୁଷିଆ ମାନବାଧିକାର ପ୍ରଚାରକ ଓଲ୍‌ଗା ରୋମାନୋଭା ୟୁକ୍ରେନ୍‌ର ଚ୍ୟାନେଲ ୨୪କୁ କହିଛନ୍ତି ଯେ କାତ୍ୟା ମିଜୁଲିନା ପୁଟିନଙ୍କ ନୂଆ ପ୍ରେମିକା। ସେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି।

Ekaterina Mizulina is eyed as Putin's latest love interest

ପୁଟିନଙ୍କୁ ଏବେ ୭୧ ବର୍ଷ ହୋଇଥିବା ବେଳେ ୨୦୧୪ରେ ସେ ୩୦ ବର୍ଷୀୟ ପତ୍ନୀ ଲ୍ୟୁଡମିଲାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ଅଲିମ୍ପିକ ଜିମ୍‌ନାଷ୍ଟିକ ଅଲିନା କାବେବାଙ୍କ ସହ ତାଙ୍କର ସମ୍ପର୍କ ଥିବା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ଅଲିନାଙ୍କ ଏହି ସମ୍ପର୍କରୁ ୩ ସନ୍ତାନ ଥିବା କୁହାଯାଏ। ଏସବୁ ମଧ୍ୟରେ ଏବେ ରୁଷିଆ ରାଷ୍ଟ୍ରପତି ଆଉ ଜଣଙ୍କ କଣ୍ଢେଇ ପରି ଚେହେରା ଦେଖି ବିମୋହିତ ହୋଇଛନ୍ତି। ନିକଟରେ ଦୁହେଁ ପରସ୍ପରର ନିବିଡ଼ ହୋଇଛନ୍ତି। ପୁଟିନ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସମ୍ପର୍କକୁ ନେଇ ଏଯାବତ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ।

The post ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ appeared first on Dharitri Odia News.