ସୀମା ବିବାଦର ତତ୍କାଳ ସମାଧାନ ପାଇଁ ଭାରତ ଏବଂ ଚୀନ ସହମତ, ଲାଓସରେ ଜୟଶଙ୍କର ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ନିଜ ଚୀନ ସମକକ୍ଷ ୱାଙ୍ଗ ୟିଙ୍କୁ ଭଟିଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ରଖିବା ପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ତଥା ପୂର୍ବ ବୁଝାମଣାର ପୂର୍ଣ୍ଣ ସମ୍ମାନ ସୁନିଶ୍ଚିତ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଚଳିତ ମାସରେ ଦ୍ୱିତୀୟ ଥର ଭେଟିଥିବା ଦୁଇ ନେତା ସୈନିକଙ୍କୁ ପଛକୁ ହଟାଇବା ପ୍ରକ୍ରିୟାକୁ ପୂରା କରିବା ପାଇଁ କଡ଼ା ମାର୍ଗଦର୍ଶିକାର ଆବଶ୍ୟକତା ଉପରେ ସହମତ ବ୍ୟକ୍ତ କରିଛନ୍ତି ।ବୈଦେଶିକ ବ୍ୟାପାର ମନ୍ତ୍ରୀ ଲାଓସରେ ଏସିଆନ୍ ବିଦେଶ ମନ୍ତ୍ରୀଙ୍କ ବୈଠକରେ ୱାଙ୍ଗକୁ ସାକ୍ଷାତ କରିବା ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'ସିପିସି (କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା) ପୋଲତ ବ୍ୟୁରୋ ସଦସ୍ୟ ଏବଂ (ଚୀନର)ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଭିଏତନାମରେ ବୈଠକ ହୋଇଛି । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜାର ରହିଛି । ସୀମାରେ ସ୍ଥିତି ନିଶ୍ଚିତ ରୂପେ ଆମ ସମ୍ପର୍କର ସ୍ଥିତି ଉପରେ ପ୍ରତିବିମ୍ୱିତ ହେବ ।'Met with CPC Politburo member and FM Wang Yi in Vientiane today.Continued our ongoing discussions about our bilateral relationship. The state of the border will necessarily be reflected on the state of our ties.Agreed on
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ନିଜ ଚୀନ ସମକକ୍ଷ ୱାଙ୍ଗ ୟିଙ୍କୁ ଭଟିଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ରଖିବା ପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ତଥା ପୂର୍ବ ବୁଝାମଣାର ପୂର୍ଣ୍ଣ ସମ୍ମାନ ସୁନିଶ୍ଚିତ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଚଳିତ ମାସରେ ଦ୍ୱିତୀୟ ଥର ଭେଟିଥିବା ଦୁଇ ନେତା ସୈନିକଙ୍କୁ ପଛକୁ ହଟାଇବା ପ୍ରକ୍ରିୟାକୁ ପୂରା କରିବା ପାଇଁ କଡ଼ା ମାର୍ଗଦର୍ଶିକାର ଆବଶ୍ୟକତା ଉପରେ ସହମତ ବ୍ୟକ୍ତ କରିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଲାଓସରେ ଏସିଆନ୍ ବିଦେଶ ମନ୍ତ୍ରୀଙ୍କ ବୈଠକରେ ୱାଙ୍ଗକୁ ସାକ୍ଷାତ କରିବା ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'ସିପିସି (କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା) ପୋଲତ ବ୍ୟୁରୋ ସଦସ୍ୟ ଏବଂ (ଚୀନର)ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଭିଏତନାମରେ ବୈଠକ ହୋଇଛି । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜାର ରହିଛି । ସୀମାରେ ସ୍ଥିତି ନିଶ୍ଚିତ ରୂପେ ଆମ ସମ୍ପର୍କର ସ୍ଥିତି ଉପରେ ପ୍ରତିବିମ୍ୱିତ ହେବ ।'
Met with CPC Politburo member and FM Wang Yi in Vientiane today.
Continued our ongoing discussions about our bilateral relationship. The state of the border will necessarily be reflected on the state of our ties.
Agreed on the need to give strong guidance to complete the… pic.twitter.com/pZDRio1e94— Dr. S. Jaishankar (@DrSJaishankar) July 25, 2024
ଦୁହିଁଙ୍କ ମଧ୍ୟରେ ଏହି ଆଲୋଚନା ପୂର୍ବ ଲଦାଖରେ ଜାରି ସୀମା ବିବାଦ ରହିବା ମଧ୍ୟରେ ହୋଇଛି । ଜୟଶଙ୍କର କହିଛନ୍ତି, 'ସୈନ୍ୟ ଅପସାରଣ ପ୍ରକ୍ରିୟାକୁ ପୂରା କରିବା ପାଇଁ ମଜଭୁତ ମାର୍ଗଦର୍ଶନ ଦିଆଯିବାର ଆବଶ୍ୟକତା ଉପରେ ସହମତି ହୋଇଛି । ଏଲଏସି ଏବଂ ପୂର୍ବ ବୁଝାମଣାର ପୂରା ସମ୍ମାନ ସୁନିଶ୍ଚିତ କରାଯିବା ଦରକାର । ଆମ ସମ୍ପର୍କକୁ ସ୍ଥିର କରିବା ପରସ୍ପର ପାଇଁ ହିତକର ।'
ଦୁଇ ନେତା ଚଳିତ ମାସ ଆରମ୍ଭରେ କଜାକିସ୍ତାନର ରାଜଧାନୀ ଅସ୍ତାନାରେ ସଂଘାଇ କର୍ପୋରେସନ ସଂଗଠନର ଶିଖର ସମ୍ମିଳନୀରେ ବୈଠକ କରିଥିଲେ । ଭାରତ ଜୋର ଦେଇ କହିଥିଲା ଯେ ଯେପର୍ଯ୍ୟନ୍ତ ସୀମାରେ ଶାନ୍ତି ନଫେରିଛି, ଚୀନ ସହ ସମ୍ପର୍କ ସୁଧୁରି ପାରିବ ନାହିଁ । ୨୦୨୦ ମେ ମାସରେ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ଗତିରୋଧ ତଥା ସୀମା ବିବାଦର ପୂର୍ଣ୍ଣ ସମାଧାନ ବର୍ତ୍ତମାନ ସୁଦ୍ଧା ହୋଇପାରି ନାହିଁ ।