ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ

ତେହରାନ୍‌,୧ା୮: ହମାସ୍‌ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ତେହରାନ୍‌ରେ ହତ୍ୟାର ପ୍ରତିଶୋଧ ସ୍ବରୂପ ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ନିର୍ଦ୍ଦେଶ ଦେଇଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଖାମେନେଇ ଏହି ନିର୍ଦ୍ଦେଶ ଦେଇଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୩ ଇରାନୀ ଅଫିସରଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଥିବା କୁହାଯାଇଛି। ବୁଧବାର ସକାଳେ ଇରାନ୍‌ ରାଜଧାନୀ ତେହରାନ୍‌ରେ ହମାସ୍‌ ସୁପ୍ରିମ ଲିଡର […] The post ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ appeared first on Dharitri Odia News.

ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ

ତେହରାନ୍‌,୧ା୮: ହମାସ୍‌ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ତେହରାନ୍‌ରେ ହତ୍ୟାର ପ୍ରତିଶୋଧ ସ୍ବରୂପ ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ନିର୍ଦ୍ଦେଶ ଦେଇଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଖାମେନେଇ ଏହି ନିର୍ଦ୍ଦେଶ ଦେଇଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

୩ ଇରାନୀ ଅଫିସରଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଥିବା କୁହାଯାଇଛି। ବୁଧବାର ସକାଳେ ଇରାନ୍‌ ରାଜଧାନୀ ତେହରାନ୍‌ରେ ହମାସ୍‌ ସୁପ୍ରିମ ଲିଡର ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଥିଲା ବେଳେ ଏହାର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ ଧମକ ଦେଇଥିଲା।

The post ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ଇରାନ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ appeared first on Dharitri Odia News.