ଇସ୍ରାଏଲ୍ ରକେଟ୍ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ
ଓ୍ବାଶିଂଟନ୍,୨୯।୫: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ରକେଟରେ କିଛି ଶବ୍ଦ ଲେଖି ଉତ୍ସାହିତ କରିଥିଲେ। ସେ ମେମୋରିୟଲ୍ ଡେ’ରେ ଇସ୍ରାଏଲରେ ପହଞ୍ଚିଥିଲେ। ଏଠାରେ ସେ ‘ଫିନିଶ୍ ଦେମ୍’ ଲେଖି ରକେଟରେ ଦସ୍ତଖତ କରିଥିଲେ। ନିକ୍କି ହାଲି ଲେବାନନ ସହିତ ଇସ୍ରାଏଲର ଉତ୍ତର ସୀମା ଗସ୍ତ କରିଥିଲେ। ମିଳିତ ଜାତିସଂଘରେ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରଦୂତ ତଥା କେନ୍ସେଟରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ ଦଳର ଜଣେ ଜଣାଶୁଣା ଉଗ୍ରବାଦୀ […] The post ଇସ୍ରାଏଲ୍ ରକେଟ୍ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ appeared first on Dharitri Odia News.
ଓ୍ବାଶିଂଟନ୍,୨୯।୫: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ରକେଟରେ କିଛି ଶବ୍ଦ ଲେଖି ଉତ୍ସାହିତ କରିଥିଲେ। ସେ ମେମୋରିୟଲ୍ ଡେ’ରେ ଇସ୍ରାଏଲରେ ପହଞ୍ଚିଥିଲେ। ଏଠାରେ ସେ ‘ଫିନିଶ୍ ଦେମ୍’ ଲେଖି ରକେଟରେ ଦସ୍ତଖତ କରିଥିଲେ।
ନିକ୍କି ହାଲି ଲେବାନନ ସହିତ ଇସ୍ରାଏଲର ଉତ୍ତର ସୀମା ଗସ୍ତ କରିଥିଲେ। ମିଳିତ ଜାତିସଂଘରେ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରଦୂତ ତଥା କେନ୍ସେଟରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ ଦଳର ଜଣେ ଜଣାଶୁଣା ଉଗ୍ରବାଦୀ ସଦସ୍ୟ ଡାନି ଡାନନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।
ନିକ୍କି ହାଲି ଲେଖିଛନ୍ତି, ସେମାନଙ୍କୁ ବିନାଶ କର। ଆମେରିକା ସର୍ବଦା ଇସ୍ରାଏଲକୁ ଭଲ ପାଇବ। ହାଲିଙ୍କ ସମର୍ଥନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ସେନା ଗାଜାରେ ଭୟଙ୍କର ଆକ୍ରମଣ କରୁଛି। ଗାଜାରେ ଏପର୍ଯ୍ୟନ୍ତ ୩୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେଥିମଧ୍ୟରେ ପ୍ରାୟ ୧୫,୦୦୦ ପିଲା ଅଛନ୍ତି।
The post ଇସ୍ରାଏଲ୍ ରକେଟ୍ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ appeared first on Dharitri Odia News.