ଇସ୍ରୋକୁ ହ୍ୟାଟ୍ରିକ, ପୁଷ୍କକର ସଫଳ ପରୀକ୍ଷଣ

ମାୟଣରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ, ଏହି ନିର୍ମାଣାଧୀନ ଅନ୍ତରୀକ୍ଷ ଯାନର ନାଁ ରଖାଯାଇଛି RLV-ପୁଷ୍ପକ।

ଇସ୍ରୋକୁ ହ୍ୟାଟ୍ରିକ, ପୁଷ୍କକର ସଫଳ ପରୀକ୍ଷଣ

ମହାକାଶରୁ ଭୂପୃଷ୍ଠକୁ କିପରି ଫେରିବେ ଭାରତୀୟ ମହାକାଶଚାରୀ? ଏଥିପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଯାଇଥିବା ରି-ୟୁଜେବଲ୍ ବା ପୁନଃ ବ୍ୟବହାରକ୍ଷମ ଲଞ୍ଚ୍ ଭେହିକିଲର ସଫଳ ପରୀକ୍ଷଣ କରିଛି ଇସ୍ରୋ।

ରାମାୟଣରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ, ଏହି ନିର୍ମାଣାଧୀନ ଅନ୍ତରୀକ୍ଷ ଯାନର ନାଁ ରଖାଯାଇଛି RLV-ପୁଷ୍ପକ। ଆଜି କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ଏହାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲ୍ୟାଣ୍ଡିଂ ଏକ୍ସପେରିମେଣ୍ଟ ସଫଳ ହୋଇଛି। ଏହାର ଅର୍ଥ ଇସ୍ରୋକୁ ମିଳିଛି ହ୍ୟାଟ୍ରିକ ସଫଳତା। ପୂର୍ବରୁ ଦୁଇଥର ହୋଇଥିବା ଲ୍ୟାଣ୍ଡିଂ ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା।

ପ୍ରଥମେ ପୁଷ୍ପକକୁ ବାୟୁସେନାର ଚିନୁକ ହେଲିକପ୍ଟର ଯୋଗେ ରନୱେ ଠାରୁ ସାଢ଼େ ୪ କିଲୋମିଟର ଦୂରକୁ ଏବଂ ଭୂପୃଷ୍ଠରୁ ସାଢ଼େ ୪ କିଲୋମିଟର ଉପରକୁ। ସେଠାରେ ଏହାକୁ ଖସାଇ ଦିଆଯାଇଥିଲା। ପ୍ରବଳ ପବନ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଟୋମେଟିକ୍ ବା ସ୍ୱୟଂକ୍ରିୟ ଭାବେ ଏହା ନିର୍ଦ୍ଧାରିତ ରନୱେରେ ଅବତରଣ କରିଥିଲା। ଅତ୍ୟଧିକ ତୀବ୍ର ବେଗକୁ ସୁରକ୍ଷିତ ଭାବେ ସ୍ୱଳ୍ପ ସମୟ ଭିତରେ ହ୍ରାସ କରିବାରେ ସଫଳ ହୋଇଥିଲା ପୁଷ୍କକ।

ଲ୍ୟାଣ୍ଡିଂ ବେଳକୁ ଏହାର ବେଗ ଘଣ୍ଟାପ୍ରତି ୩୨୦ କିଲୋମିଟର ରହିଥିଲା। ଏହା ଫାଇଟର ଜେଟ୍ ଠାରୁ ମଧ୍ୟ ଅଧିକ। ତେବେ ପାରାସୁଟ୍ ସହାୟତାରେ ବେଗକୁ ୧୦୦ କିଲୋ ମିଟରକୁ ହ୍ରାସ କରିବା ପରେ, ବ୍ରେକ୍ ଲଗାଇ ଏହାକୁ ଅଟକାଯାଇଥିଲା।

ଏହା ପୂର୍ବରୁ RLV-1 ଓ RLV-2ର ପରୀକ୍ଷଣ ବି ସଫଳ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଅର୍ବିଟାଲ ଏଣ୍ଟ୍ରି ଟ୍ରାଏଲ୍ ହେବ। ଅର୍ଥାତ୍ ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରି ଏହାକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯିବ ଏବଂ ପୁଣି ଭୂପୃଷ୍ଠକୁ ଫେରାଇ ଅଣାଯିବ।