ଖାଲି ଆଖିରେ ଦେଖାଯିବ ୪ ଗ୍ରହ
ଭୁବନେଶ୍ୱର,୨୨।୧(ସୁଚିସ୍ମିତା ସାହୁ):ଖାଲି ଆଖିରେ ଦେଖିହେବ ୪ଟି ଗ୍ରହ। ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ୮ଟି ଗ୍ରହ ମଧ୍ୟରୁ ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯାଇପାରିବେ। ପଶ୍ଚିମ ଦିଗ୍ବଳୟର କିଛି ଉପରେ ଉଜ୍ଜ୍ୱଳ ଶୁକ୍ର ଗ୍ରହ ଦେଖାଯାଉଥିବାବେଳେ ତା’ର କିଛି ତଳକୁ ଈଷତ୍ ହଳଦୀ ରଙ୍ଗର ଶନି ଗ୍ରହ ଦେଖାଯିବ। ପୂର୍ବ ଦିଗ୍ବଳୟରେ ମଙ୍ଗଳ ଗ୍ରହ ଓ ମୁଣ୍ଡ ଉପରେ ଥିବା ଉଜ୍ଜ୍ୱଳ ବୃହଷ୍ପତି ଗ୍ରହ ଦେଖିବାକୁ ମିଳିବ ବୋଲି […] The post ଖାଲି ଆଖିରେ ଦେଖାଯିବ ୪ ଗ୍ରହ appeared first on Dharitri Odia News.
ଭୁବନେଶ୍ୱର,୨୨।୧(ସୁଚିସ୍ମିତା ସାହୁ):ଖାଲି ଆଖିରେ ଦେଖିହେବ ୪ଟି ଗ୍ରହ। ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ୮ଟି ଗ୍ରହ ମଧ୍ୟରୁ ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯାଇପାରିବେ। ପଶ୍ଚିମ ଦିଗ୍ବଳୟର କିଛି ଉପରେ ଉଜ୍ଜ୍ୱଳ ଶୁକ୍ର ଗ୍ରହ ଦେଖାଯାଉଥିବାବେଳେ ତା’ର କିଛି ତଳକୁ ଈଷତ୍ ହଳଦୀ ରଙ୍ଗର ଶନି ଗ୍ରହ ଦେଖାଯିବ। ପୂର୍ବ ଦିଗ୍ବଳୟରେ ମଙ୍ଗଳ ଗ୍ରହ ଓ ମୁଣ୍ଡ ଉପରେ ଥିବା ଉଜ୍ଜ୍ୱଳ ବୃହଷ୍ପତି ଗ୍ରହ ଦେଖିବାକୁ ମିଳିବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ରାତି ବଢିବା ସହ ଏହି ଗ୍ରହଗୁଡ଼ିକ ଘଣ୍ଟାକୁ ୧୫ ଡିଗ୍ରୀ ବେଗରେ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୮ଟା ୩୦ ବେଳକୁ ପ୍ରଥମେ ଶନି ଓ ପରେ ଶୁକ୍ର ଗ୍ରହ ଅସ୍ତ ହେବେ। ସେହିପରି ଫେବୃଆରୀ ୨୮ ତାରିଖ ଭୋର ସମୟରେ ଏଭଳି ଗ୍ରହ ସମାବେଶ ଦେଖିବାକୁ ମିଳିବ। ଗ୍ରହମାନଙ୍କର ଏହି ସମାବେଶକୁ ‘୪ ପ୍ୟାନେଟ ପରେଡ୍’ କୁହାଯାଏ। ଏହି ସୁନ୍ଦର ମହାଜାଗତିକ ଦୃଶ୍ୟ ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରେ ଖାଲି ଆଖିରେ ଦେଖିହେବ। ଏହାର କୌଣସି ପ୍ରଭାବ କାହା ଉପରେ ପଡ଼ିବ ନାହିଁ ବୋଲି ପଟ୍ଟନାୟକ କହିଛନ୍ତି।
The post ଖାଲି ଆଖିରେ ଦେଖାଯିବ ୪ ଗ୍ରହ appeared first on Dharitri Odia News.