ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ
ଖଲ୍ଲିକୋଟ,୧୪।୧୦(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଫରେଷ୍ଟ ଅଫିସ ପାଖରେ ଥିବା ମଙ୍ଗଳା ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କୌଣସି ଜମିବାଡ଼ି ବିବାଦକୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଡି. ଗୁହାରିଆପାଟ ଗ୍ରାମର ଜଣେ ଯୁବକ ସୁଧୀର ଦାସ ଗତକାଲି ରାତିରେ ଦଶହରା ଯାତ୍ରା ଦେଖିବା ପାଇଁ ଖଲ୍ଲିକୋଟ ଆସିଥିବା ବେଳେ ଖଲ୍ଲିକୋଟ ମଙ୍ଗଳା ମନ୍ଦିର ନିକଟରେ ମାରଣାସ୍ତ୍ରରେ ତାଙ୍କ […] The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ appeared first on Dharitri Odia News.
ଖଲ୍ଲିକୋଟ,୧୪।୧୦(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଫରେଷ୍ଟ ଅଫିସ ପାଖରେ ଥିବା ମଙ୍ଗଳା ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କୌଣସି ଜମିବାଡ଼ି ବିବାଦକୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।
ଡି. ଗୁହାରିଆପାଟ ଗ୍ରାମର ଜଣେ ଯୁବକ ସୁଧୀର ଦାସ ଗତକାଲି ରାତିରେ ଦଶହରା ଯାତ୍ରା ଦେଖିବା ପାଇଁ ଖଲ୍ଲିକୋଟ ଆସିଥିବା ବେଳେ ଖଲ୍ଲିକୋଟ ମଙ୍ଗଳା ମନ୍ଦିର ନିକଟରେ ମାରଣାସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ଖଲ୍ଲିକୋଟ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଥାନା କେସ ନମ୍ବର ୮୨୫/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ଛତ୍ରପୁର ଏସଡିପିଓ ଗୌରହରୀ ସାହୁ ନିଜେ ତଦନ୍ତ ଭାର ଗ୍ରହଣ କରିଥିଲେ। ଆଜି ଆକ୍ରମଣ କରିଥିବା ଅଭିଯୋଗରେ ଖଲ୍ଲିକୋଟର ବାଦଲ ସାମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।
The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ appeared first on Dharitri Odia News.