ଇସ୍ଲାମାବାଦ ଯିବା ପୂର୍ବରୁ ଆସିଲା ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ବୟାନ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୫।୧୦: ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ପାକିସ୍ତାନର ଇସ୍ଲାମାବାଦରେ ଅନୁଷ୍ଠିତ ହେବ। ୧୫ଓ ୧୬ ଅକ୍ଟୋବର ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେବେ। ଗତ ୯ ବର୍ଷରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ। ଏହି ଗସ୍ତକୁ ନେଇ ଏବେ ଏସ୍. ଜୟଶଙ୍କରଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ ତାଙ୍କର ଏହି ଯାତ୍ରା ବହୁ ପକ୍ଷୀୟ କାର୍ଯ୍ୟକ୍ରମ ନିମନ୍ତେ, ଭାରତ-ପାକ୍ ସମ୍ପର୍କ ଆଲୋଚନା ଲାଗି ନୁହେଁ। ସେ କହିଛନ୍ତି ଯେ ମୁଁ ଜଣେ ବିନମ୍ର ଓ ସଭ୍ୟ ବ୍ୟକ୍ତି, ଏଣୁ ମୁଁ ସେହି ଅନୁସାରେ ବ୍ୟବହାର କରିବି। ସେ କହିଛନ୍ତି ଯେ ଏବେ ‘ସାର୍କ’ ଆଗକୁ ବଢୁ ନାହିଁ। ଆମେ ସାର୍କ ବୈଠକ ଆୟୋଜନ କରି ନାହୁଁ। ଏହାର ଏକ ଶରଳ କାରଣ ରହିଛି। ସାର୍କର ଏକ ସଦସ୍ୟ ସୀମାରେ ଆଉ ଜଣେ ସଦସ୍ୟଙ୍କ ବିରୋଧରେ ଆତଙ୍କବାଦ ଅଭ୍ୟାସ କରୁଛି। ଖାସ ଏହି କାରଣରୁ ଗତ କିଛିବର୍ଷ ହେଲା ସାର୍କ ବୈଠକ ଆୟୋଜନ ହେଉ ନାହିଁ। ତେବେ ଏହାର ଅର୍ଥନୁହେଁ ଆଞ୍ଚଳିକ ଗତିବିଦ୍ଧି ବନ୍ଦ ହୋଇଯାଇଛି ବୋଲି ଜୟଶଙ୍କର କହିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଲେବାନନ, ଇରାନ ଓ ଇସ୍ରାଏଲ ଯୁଦ୍ଧକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ବିଦେଶ ମନ୍ତ୍ରୀ କହିଛନ୍ତି ଯେ ମଧ୍ୟ-ପ୍ରାଚ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ସଂଘର୍ଷ ବଢିବାରେ ଲାଗିଛି, ଯାହାକୁ ଆମେ ଆତଙ୍କବାଦୀ ଆକ୍ରମଣ ରୂ

ଇସ୍ଲାମାବାଦ ଯିବା ପୂର୍ବରୁ ଆସିଲା ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ବୟାନ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୫।୧୦: ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ପାକିସ୍ତାନର ଇସ୍ଲାମାବାଦରେ ଅନୁଷ୍ଠିତ ହେବ। ୧୫ଓ ୧୬ ଅକ୍ଟୋବର ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେବେ। ଗତ ୯ ବର୍ଷରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ। ଏହି ଗସ୍ତକୁ ନେଇ ଏବେ ଏସ୍. ଜୟଶଙ୍କରଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ ତାଙ୍କର ଏହି ଯାତ୍ରା ବହୁ ପକ୍ଷୀୟ କାର୍ଯ୍ୟକ୍ରମ ନିମନ୍ତେ, ଭାରତ-ପାକ୍ ସମ୍ପର୍କ ଆଲୋଚନା ଲାଗି ନୁହେଁ। 

ସେ କହିଛନ୍ତି ଯେ ମୁଁ ଜଣେ ବିନମ୍ର ଓ ସଭ୍ୟ ବ୍ୟକ୍ତି, ଏଣୁ ମୁଁ ସେହି ଅନୁସାରେ ବ୍ୟବହାର କରିବି। ସେ କହିଛନ୍ତି ଯେ ଏବେ ‘ସାର୍କ’ ଆଗକୁ ବଢୁ ନାହିଁ। ଆମେ ସାର୍କ ବୈଠକ ଆୟୋଜନ କରି ନାହୁଁ। ଏହାର ଏକ ଶରଳ କାରଣ ରହିଛି। ସାର୍କର ଏକ ସଦସ୍ୟ ସୀମାରେ ଆଉ ଜଣେ ସଦସ୍ୟଙ୍କ ବିରୋଧରେ ଆତଙ୍କବାଦ ଅଭ୍ୟାସ କରୁଛି। ଖାସ ଏହି କାରଣରୁ ଗତ କିଛିବର୍ଷ ହେଲା ସାର୍କ ବୈଠକ ଆୟୋଜନ ହେଉ ନାହିଁ। ତେବେ ଏହାର ଅର୍ଥନୁହେଁ ଆଞ୍ଚଳିକ ଗତିବିଦ୍ଧି ବନ୍ଦ ହୋଇଯାଇଛି ବୋଲି ଜୟଶଙ୍କର କହିଛନ୍ତି। 

ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଲେବାନନ, ଇରାନ ଓ ଇସ୍ରାଏଲ ଯୁଦ୍ଧକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ବିଦେଶ ମନ୍ତ୍ରୀ କହିଛନ୍ତି ଯେ ମଧ୍ୟ-ପ୍ରାଚ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ସଂଘର୍ଷ ବଢିବାରେ ଲାଗିଛି, ଯାହାକୁ ଆମେ ଆତଙ୍କବାଦୀ ଆକ୍ରମଣ ରୂପେ ଦେଖୁଛେ। ତେବେ ଏହି ସଂଘର୍ଷକୁ ଅବସର ରୂପେ ମଧ୍ୟ ଗ୍ରହଣ କରାଯାଇପାରେ ମୁଁ ଏହାକୁ ଅସ୍ୱୀକାର କରିପାରିବିନି ବୋଲି ଜୟଶଙ୍କର କହିଛନ୍ତି। ତେବେ ଜାଗତିକରଣର ଦୁନିଆରେ କୌଣସି ସ୍ଥାନରେ ସଂଘର୍ଷ ବିଶ୍ୱର ସବୁ ସ୍ଥାନରେ ସମସ୍ୟା ସୃଷ୍ଟି କରିବ ଓ କୌଣସି ନା କୌଣସି ଯୋଗାଣ ନିଶ୍ଚିତ ପ୍ରଭାବିତ ହେବ।