ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ଘୋଷଣା ହୋଇପାରେ। ଟିମ୍‌ ମ୍ୟାନେଜମେଣ୍ଟ ୨୦ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଏଥିରେ ଈଶାନ କିଶନ ଏବଂ ତିଳକ ବର୍ମାଙ୍କ ଭଳି ଖେଳାଳିଙ୍କ ନାମ ସାମିଲ ନାହିଁ। ପିଟିଆଇ ରିପୋର୍ଟ ମୁତାବକ ଟିମ୍‌ ଇଣ୍ଡିଆ ୧୫ ଖେଳାଳି ବିଶିଷ୍ଟ ସ୍କ୍ବାର୍ଡ ଘୋଷଣା କରିବ ଏବଂ ୫ […] The post ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି appeared first on Dharitri Odia News.

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ଘୋଷଣା ହୋଇପାରେ। ଟିମ୍‌ ମ୍ୟାନେଜମେଣ୍ଟ ୨୦ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଏଥିରେ ଈଶାନ କିଶନ ଏବଂ ତିଳକ ବର୍ମାଙ୍କ ଭଳି ଖେଳାଳିଙ୍କ ନାମ ସାମିଲ ନାହିଁ। ପିଟିଆଇ ରିପୋର୍ଟ ମୁତାବକ ଟିମ୍‌ ଇଣ୍ଡିଆ ୧୫ ଖେଳାଳି ବିଶିଷ୍ଟ ସ୍କ୍ବାର୍ଡ ଘୋଷଣା କରିବ ଏବଂ ୫ ଖେଳାଳି ଷ୍ଟାଣ୍ଡବାଇ ଭାବେ ଦଳ ସହ ରହିବେ।

ରିପୋର୍ଟ ମୁତାବକ ଟିମ୍‌ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ସ୍କ୍ବାର୍ଡରେ ମୋଟ୍‌ ୬ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍‌ ରହିବେ। ଯେଉଁଥିରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ବୀ ଜାୟସଓ୍ବାଲ, ଶୁଭମନ ଗିଲ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂ ସାମିଲ ହେବେ।

ଟି୨୦ ବିଶ୍ୱକପ୍‌ ସ୍କ୍ବାର୍ଡରେ ମୋଟ ୪ ଅଲରାଉଣ୍ଡରର୍ସଙ୍କୁ ସୁଯୋଗ ମିଳିପାରେ। ଏଥିରେ ରବିନ୍ଦ୍ର ଜାଡେଜାଙ୍କ ନାମ ପ୍ରଥମରେ ରହିଛି। ତାଙ୍କ ବ୍ୟତିତ ଅକ୍ଷର ପଟେଲ ମଧ୍ୟ ରେସ୍‌ରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ଶିବମ ଦୁବେ ମଧ୍ୟ ଏହି ରେସ୍‌କୁ ଆସିଛନ୍ତି।

ବିଶ୍ୱକପ୍‌ ଲାଗି ୩ ଉଇକେଟ କିପର ରହିବେ। ସେଥିରୁ ଜଣେ ହେଲେ ଋଷଭ ପନ୍ତ। ତାଙ୍କ ବ୍ୟତିତ ସଞ୍ଜୁ ସାମସନ ଏବଂ କେଏଲ୍‌ ରାହୁଲ ମଧ୍ୟ ରହିବେ। ଏହି ରେସ୍‌ରୁ ଈଶାନ କିଶନ ଆଉଟ୍‌ ବୋଲି କୁହାଯାଉଛି।

ସେହିଭଳି ବିଶ୍ୱକପ୍‌ ସ୍କ୍ବାର୍ଡରେ ୩ ସ୍ପେଶାଲିଷ୍ଟ ସ୍ପିନର ରହିବେ। କୁଲଦୀପ ଯାଦବଙ୍କ ବ୍ୟତିତ ଯୁଜବେନ୍ଦ୍ର ଚହଲ ଏବଂ ରବି ବିଶ୍ନୋଇ ମଧ୍ୟ ରହିବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ଜସପ୍ରିତ ବୁମ୍‌ରା, ମହମ୍ମଦ ସିରାଜଙ୍କ ଚୟନ ନିଶ୍ଚିତ। ଅର୍ଶଦୀପ ସିଂଙ୍କ ବ୍ୟତିତ ଆବେଶ ଖାନ୍‌ ମଧ୍ୟ ଟିମ୍‌ ଇଣ୍ଡିଆ ସହ ବିଶ୍ୱକପ୍‌ ଖେଳିବାକୁ ଯାଇପାରନ୍ତି।

The post ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି appeared first on Dharitri Odia News.