ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ
ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍ଲାଇଟ୍ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଖରାପ ସମୟ ସହ ଡିପ୍ରେସନକୁ ଚାଲିଯାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି। ଏବେ କିନ୍ତୁ ସମୟ ବଦଳିଛି। ସେ ସେଥିରୁ ମୁକ୍ତ ହୋଇ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଶାହୀନ ପ୍ରେମିକ […] The post ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ appeared first on Dharitri Odia News.
ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍ଲାଇଟ୍ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଖରାପ ସମୟ ସହ ଡିପ୍ରେସନକୁ ଚାଲିଯାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି। ଏବେ କିନ୍ତୁ ସମୟ ବଦଳିଛି। ସେ ସେଥିରୁ ମୁକ୍ତ ହୋଇ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି।
ଶାହୀନ ପ୍ରେମିକ ଈଶାନ ମେହେରାଙ୍କ ସହ ଫଟୋ ଶେୟାର କରି ସମ୍ପର୍କ ଉପରୁ ପରଦା ହଟାଇଛନ୍ତି। ଜନ୍ମଦିନ ଥିବା ଯୋଗୁ ଉଭୟଙ୍କ କିଛି ସ୍ମରଣୀୟ ଫଟୋ ଦେଇ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋରେ ଆଲିଆ ପ୍ରତିକ୍ରିୟା ରଖିଛନ୍ତି। ଈଶାନଙ୍କୁ ସେ ପସନ୍ଦର ସାଥୀ ବୋଲି କହିଛନ୍ତି।
କେବଳ ସେତିକି ନୁହେଁ ପୋଷ୍ଟରେ ଭଉଣୀ ପୂଜା ଭଟ୍ଟ, ନୀତୁ କପୁର, ମସାବା ଗୁପ୍ତା, ପରିଣୀତି ଚୋପ୍ରା, ଅନନ୍ୟା ପାଣ୍ଡେ, ବାଦଶାହାଙ୍କ ଭଳି କଳାକାର ପ୍ରତିକ୍ରିୟା ରଖିଛନ୍ତି।
ଶାହୀନଙ୍କ ବିଷୟରେ କହିଲେ ସେ ଆଲିଆଙ୍କ ନିଜ ଭଉଣୀ। ସେ ସୋନି ରାଜଦାନଙ୍କ ଝିଅ। ସେ ପରିବାରର ଅନ୍ୟମାନଙ୍କ ଭଳି ଅଭିନୟକୁ ପେସା ଭାବେ ବାଛି ନାହାନ୍ତି। ସେ ଜଣେ ମାନସିକ ରୋଗର ଆଡଭୋକେଟ୍।
The post ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ appeared first on Dharitri Odia News.