ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନଗୁଡିକ ଏହି ସୁଯୋଗର ସଦୁପଯୋଗ କରିବାକୁ ୟୁଜିସିର ନବ ନିଯୁକ୍ତ ସଦସ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଦିନିକିଆ କର୍ମଶାଳାରେ ଯୋଗ ଦେଇ ପ୍ରଫେସର ମହାନ୍ତି କହିଥିଲେ ଆମ ସାମ୍ବିଧାନିକ ବ୍ୟବସ୍ଥାରେ […] The post ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ appeared first on Dharitri Odia News.

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନଗୁଡିକ ଏହି ସୁଯୋଗର ସଦୁପଯୋଗ କରିବାକୁ ୟୁଜିସିର ନବ ନିଯୁକ୍ତ ସଦସ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଦିନିକିଆ କର୍ମଶାଳାରେ ଯୋଗ ଦେଇ ପ୍ରଫେସର ମହାନ୍ତି କହିଥିଲେ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଶିକ୍ଷାକୁ ଯୁଗ୍ମ ତାଲିକାଭୁକ୍ତ କରାଯାଇଛି,ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ଶିକ୍ଷା ବିକାଶ ଓ ସଂସ୍କାର ନିମନ୍ତେ ନୀତି ନିୟାମକ ପ୍ରଣୟନ କରିପାରିବେ।

ଏହି ଅବସରରେ କର୍ମଶାଳାର ମୁଖ୍ୟ ପୁରୋଧା ତଥା ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ପ୍ରଫେସର ମହାନ୍ତିଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରଫେସର ମହାନ୍ତି ତାଙ୍କ ମାଆ ତଥା ବିଶିଷ୍ଟ ଓଡ଼ିଆ ନାରୀ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ଜୀବନୀ ସଂକଳିତ ଏକ ପୁସ୍ତକ ଡ.ରଥଙ୍କୁ ପ୍ରଦାନ କରିଥିଲେ। ଅପରପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ପ୍ରକାଶ କୁମାର ହୋତା ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ରେଜିଷ୍ଟ୍ରାର ଡ. ଭକ୍ତ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଡ୍ରିମ୍‌ସ ମେଡିକାଲ କଲେଜର ‘ଡିନ୍‌’ ପ୍ରଫେସର ଡ. ବିରଞ୍ଚତ୍ି ନାରାୟଣ ମହାପାତ୍ର, ଉପଦେଷ୍ଟା ପ୍ରଫେସର ସୁଶାନ୍ତ ଦାସ, ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବୈଷୟିକ ଶିକ୍ଷକ ପ୍ରଶିକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରର ପରାମର୍ଶଦାତା ଉତ୍କଳ ରଞ୍ଜନ ଦାସ, ଶିକ୍ଷାବିତ୍‌ ସ୍ମିତା ପଟ୍ଟନାୟକ, ପ୍ରଫେସର ଡା. ଶକ୍ତିପ୍ରସାଦ ଦାସ, କ୍ରୀଡା ନିର୍ଦ୍ଦେଶକ ନବ କିଶୋର ମିଶ୍ର, ନିର୍ଦ୍ଦେଶକ (ଛାତ୍ର ସମ୍ପର୍କ) ଲୋକନାଥ ବେହେରା, ସଚିବ ସୁଧାଂଶୁ ଭୂଷଣ କରଙ୍କ ସମେତ ବିଭିନ୍ନ ବିଭାଗର ‘ଡିନ୍‌’,ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ ଓ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

The post ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ appeared first on Dharitri Odia News.