ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି…

ଭୁବନେଶ୍ୱର,୨୩ା୧୧: ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାତିରେ କଳାକାର୍‌ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ। ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ […] The post ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି… appeared first on Dharitri Odia News.

ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି…

ଭୁବନେଶ୍ୱର,୨୩ା୧୧: ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାତିରେ କଳାକାର୍‌ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ।

ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ ଦଳର ହାତବାରିସି ସାଜିଛି ପୋଲିସ। ବିଜେଡି ସରକାରରେ ଯେମିତି କାର୍ଯ୍ୟାନୁଷ୍ଠାନ ପୋଲିସ ନେଉଥିଲା ଏବେ କାହିଁକି ନେଉନାହିଁ। ବିଧାୟକ ତାଙ୍କ ଗାଡ଼ିରୁ ଆଗେ ଓହ୍ଲାଇଛନ୍ତି ସେ ଅଯଥା ମିଛ କଥା କହୁଛନ୍ତି।

ଅନ୍ୟପକ୍ଷରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନ ଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକୋବେଳେ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି ।

The post ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି… appeared first on Dharitri Odia News.