ଉଛୁଳା ଦେଓ ନଦୀରେ ଭାସିଯାଉଥିଲେ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଉଦଳା ୨୧।୭: ଭରା ଉଛୁଳା ନଦୀରେ ଭାସିଗଲେ ଯୁବକ । ନଦୀରେ ଗାଧାଉଥିବା ବେଳେ ଯୁବକ ଜଣଙ୍କ ଭାସିଯାଇଥିବା ଜଣାପଡିଛି I ଦୀର୍ଘ ବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ବୁଡିଯାଇଥିବା ପୋଲ ଉପରେ ପାରି ହେବା ପରେ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁଘାଟ ପୋଲ ନିକଟରେ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବୁଡି ଯାଇଛି ଜାମୁଘାଟ ପୋଲ । ତେବେ ଜଣେ ଯୁବକ ଏହି ଉଛୁଳା ନଦୀରେ ଭାସି ଭାସି ଆସିଥିବା ବେଳେ ଜାମୁଘାଟ ପୋଲ ଉପର ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଥିଲେ । ବୁଡି ଯାଉଥିବା ଯୁବକଙ୍କୁ ଦେଖି ନଦୀ ଭିତରେ ଥିବା ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଛି ।You Can Read:ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ 

ଉଛୁଳା ଦେଓ ନଦୀରେ ଭାସିଯାଉଥିଲେ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଉଦଳା ୨୧ଭରା ଉଛୁଳା ନଦୀରେ ଭାସିଗଲେ ଯୁବକ । ନଦୀରେ ଗାଧାଉଥିବା ବେଳେ ଯୁବକ ଜଣଙ୍କ ଭାସିଯାଇଥିବା ଜଣାପଡିଛି I ଦୀର୍ଘ ବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ବୁଡିଯାଇଥିବା ପୋଲ ଉପରେ ପାରି ହେବା ପରେ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁଘାଟ ପୋଲ ନିକଟରେ । 

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବୁଡି ଯାଇଛି ଜାମୁଘାଟ ପୋଲ । ତେବେ ଜଣେ ଯୁବକ ଏହି ଉଛୁଳା ନଦୀରେ ଭାସି ଭାସି ଆସିଥିବା ବେଳେ ଜାମୁଘାଟ ପୋଲ ଉପର ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଥିଲେ । ବୁଡି ଯାଉଥିବା ଯୁବକଙ୍କୁ ଦେଖି ନଦୀ ଭିତରେ ଥିବା ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଛି ।

You Can Read:

ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ