ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଳିଗଲା କାର

ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା) ଶହୀଦନଗର ଥାନା ଅନ୍ତର୍ଗତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ପାଠାଗାର ସାମ୍ନାରେ ଥିବା କାର୍‌ ଜଳିଯାଇଛି। ଏହା ଦେଖି ଚାଳକ ସଙ୍ଗେ ସଙ୍ଗେ ଓହ୍ଲାଇପଡିବାରୁ ବଡ ଧରଣର ବିପଦରୁ ବର୍ତ୍ତିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟାଟେରୀରୁ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବା ବେଳକୁ ଗାଡିଟି ସଂପର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଉକ୍ତ ଗାଡିଟିକୁ […] The post ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଳିଗଲା କାର appeared first on Dharitri Odia News.

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଳିଗଲା କାର

ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା) ଶହୀଦନଗର ଥାନା ଅନ୍ତର୍ଗତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ପାଠାଗାର ସାମ୍ନାରେ ଥିବା କାର୍‌ ଜଳିଯାଇଛି। ଏହା ଦେଖି ଚାଳକ ସଙ୍ଗେ ସଙ୍ଗେ ଓହ୍ଲାଇପଡିବାରୁ ବଡ ଧରଣର ବିପଦରୁ ବର୍ତ୍ତିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟାଟେରୀରୁ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବା ବେଳକୁ ଗାଡିଟି ସଂପର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଉକ୍ତ ଗାଡିଟିକୁ ଜଣେ ଛାତ୍ର ନେଇ ଆସିଥିଲେ। ତେବେ ଗାଡିଟି ହୁତୁହୁତୁ ହୋଇ ଜଳିବା ସହ ଶବ୍ଦ ହେବାରୁ ତାଙ୍କ ସହ ଛାତ୍ରୀଛାତ୍ର ଭୟଭୀତ ହୋଇଯାଇଥିଲେ।

The post ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଳିଗଲା କାର appeared first on Dharitri Odia News.