ଭାରତ ପାଇଁ ୨ ବ୍ୟାଧି ବୋଝ
ନୂୂଆଦିଲ୍ଲୀ,୨।୩: ଭାରତ ୨ଟି ବିପରୀତଧର୍ମୀ ବ୍ୟାଧିର ବୋଝ ତଳେ ଚାପିହୋଇଯାଇଛି। ଗୋଟିଏ କୁପୋଷଣ ଓ ଅନ୍ୟଟି ମେଦବହୁଳତା। ଗୁଣାତ୍ମକ ଖାଦ୍ୟର ଅଭାବ, ଶସ୍ତା ତଥା ଅସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଯୋଗୁ ବହୁ ଲୋକ କୁପୋଷଣର ଶିକାର ହେଉଛନ୍ତି। ୨୦୨୨ରେ ଦେଶର ପ୍ରାୟ ୪୪ ନିୟୁତ ମହିଳା ଏବଂ ୨୬ ନିୟୁତ ପୁରୁଷ ମେଦବହୁଳଗସ୍ତ ହୋଇଥିବା ଲାନ୍ସେଟର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ୧୯୯୦ ତୁଳନାରେ ଏହା ହେଉଛି ମହିଳାଙ୍କ କ୍ଷେତ୍ରରେ ୨.୪ ନିୟୁତ ଏବଂ ପୁରୁଷଙ୍କ […] The post ଭାରତ ପାଇଁ ୨ ବ୍ୟାଧି ବୋଝ appeared first on Dharitri Odia News.
ନୂୂଆଦିଲ୍ଲୀ,୨।୩: ଭାରତ ୨ଟି ବିପରୀତଧର୍ମୀ ବ୍ୟାଧିର ବୋଝ ତଳେ ଚାପିହୋଇଯାଇଛି। ଗୋଟିଏ କୁପୋଷଣ ଓ ଅନ୍ୟଟି ମେଦବହୁଳତା। ଗୁଣାତ୍ମକ ଖାଦ୍ୟର ଅଭାବ, ଶସ୍ତା ତଥା ଅସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଯୋଗୁ ବହୁ ଲୋକ କୁପୋଷଣର ଶିକାର ହେଉଛନ୍ତି। ୨୦୨୨ରେ ଦେଶର ପ୍ରାୟ ୪୪ ନିୟୁତ ମହିଳା ଏବଂ ୨୬ ନିୟୁତ ପୁରୁଷ ମେଦବହୁଳଗସ୍ତ ହୋଇଥିବା ଲାନ୍ସେଟର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ୧୯୯୦ ତୁଳନାରେ ଏହା ହେଉଛି ମହିଳାଙ୍କ କ୍ଷେତ୍ରରେ ୨.୪ ନିୟୁତ ଏବଂ ପୁରୁଷଙ୍କ କ୍ଷେତ୍ରରେ ୧.୧ ନିୟୁତ ଅଧିକ।
ବିଶ୍ୱର ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଏନ୍ସିଡି-ରିସ୍କଫ୍ୟାକ୍ଟର କୋଲାବରେଶନ (ଏନ୍ସିଡି-ରିସ୍କ) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ୨୦୨୨ରେ ୧୨.୫ ନିୟୁତ ପିଲା (୫ରୁ ୧୯ ବର୍ଷୀୟ)ଙ୍କ ଓଜନ ସ୍ବାଭାବିକଠାରୁ ଅଧିକ ଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୦ ଦଶକ ପରଠୁ ବିଶ୍ୱରେ ବୟସ୍କଙ୍କ ମଧ୍ୟରେ ୨ ଗୁଣା ମେଦବହୁଳତା ବୃଦ୍ଧି ପରିଲକ୍ଷିତ ହୋଇଛି। ପୋଷଣ ଅଭାବ ପୂର୍ବାପେକ୍ଷା କମିଥିଲେ ସୁଦ୍ଧା ଦକ୍ଷିଣପୂର୍ବ ଏସିଆ ଏବଂ ଉପସାହରୀୟ ଆଫ୍ରିକାର ଅନେକ ଦେଶରେ ଏହା ବର୍ତ୍ତମାନ ମଧ୍ୟ ବଡ଼ ଚ୍ୟାଲେଞ୍ଜ ହୋଇରହିଛି।
The post ଭାରତ ପାଇଁ ୨ ବ୍ୟାଧି ବୋଝ appeared first on Dharitri Odia News.