ଉତ୍କଳ ଭାରତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା: ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡା ଠାରେ ଉତ୍କଳ ଭାରତୀ କ୍ଳବ ଦ୍ଵାରା ଆୟୋଜିତ ୪ର୍ଥ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ନାଏକ ଓ ସ୍ବତନ୍ତ୍ର ଅତିଥି ଭାବେ ଅଖ ପଲେଇ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉପେନ୍ଦ୍ର କୁମାର ନାଏକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନି ଖେଳ ଅଁଳାଡିହା କ୍ରିକେଟ ଟିମ ଓ ମୁକ୍ତାପୁର କ୍ରିକେଟ […]

ଉତ୍କଳ ଭାରତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ପାଟଣା: ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡା ଠାରେ ଉତ୍କଳ ଭାରତୀ କ୍ଳବ ଦ୍ଵାରା ଆୟୋଜିତ ୪ର୍ଥ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ନାଏକ ଓ ସ୍ବତନ୍ତ୍ର ଅତିଥି ଭାବେ ଅଖ ପଲେଇ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉପେନ୍ଦ୍ର କୁମାର ନାଏକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନି ଖେଳ ଅଁଳାଡିହା କ୍ରିକେଟ ଟିମ ଓ ମୁକ୍ତାପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଁଳାଡିହା ଟିମକୁ ପରାଜିତ କରି ମୁକ୍ତାପୁର ଟିମ ଚମ୍ପିୟାନ ହୋଇଥିଲା। ପ୍ରଥମ ପୁରସ୍କାର ୧୦ ହଜାର ଟଙ୍କା ଓ ରନର୍ସଅପ ଦଳକୁ ୭ ହଜାର ଟଙ୍କା ନଗଦ ରାଶି ସହିତ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ। କ୍ଳବର ସଭାପତି ପ୍ରଶାନ୍ତ କୁମାର ନାଏକ ଓ ସମ୍ପାଦକ ନିରଞ୍ଜନ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ କ୍ଳବ ସଦସ୍ୟ ପଙ୍କଜ କୁମାର ନାଏକ, ସାଗର କୁମାର ନାଏକ, ଚିକୁ ନାଏକ, ସଞ୍ଚୟ କୁମାର ନାଏକ, ସୁନୀଲ କୁମାର ନାଏକ, ଲିପୁ ନାଏକ, ଗାଲୁ ନାଏକଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।