କଞ୍ଜାମଯୋଡି ଗ୍ରାମରେ ହଳ ବୁଲାଇବା ଘଟଣା, ଡେପୁଟି ଡାଇରେକ୍ଟରଙ୍କ ଗସ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କଞ୍ଜାମଯୋଡି ଗ୍ରାମରେ ପ୍ରଶାସନିକ ଅଧିକାରୀ ତଦନ୍ତ କରିଥିବାବେଳେ ‘ଆମ ଆଦିବାସୀ ଯେତେ ଶିକ୍ଷିତ ହେଲେ ବି ଆମ ପରମ୍ପରା ଛାଡ଼ିବୁ ନାହିଁ’ ବୋଲି ମତ ପ୍ରକାଶ ପାଇଛି। ଆଜି ରେଭିନ୍ୟୁ ଡିଭିଜନାଲ କମିଶନ (ଆରଡିସି)ଙ୍କ ନିର୍ଦେଶରେ ଡେପୁଟି ଡାଇରେକ୍ଟର ଅଶୋକ ଶତପଥୀ  ଗସ୍ତ କରି  ପିଉସୀ ଲାକ ସାରକା ଓ ପୁତୁରା କାଡିୟା ସାରକା, ଗ୍ରାମବାସୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଶପଥ ପାଠ କରାଇଥିଲେ। ସେ […]

କଞ୍ଜାମଯୋଡି ଗ୍ରାମରେ ହଳ ବୁଲାଇବା ଘଟଣା, ଡେପୁଟି ଡାଇରେକ୍ଟରଙ୍କ ଗସ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କଞ୍ଜାମଯୋଡି ଗ୍ରାମରେ ପ୍ରଶାସନିକ ଅଧିକାରୀ ତଦନ୍ତ କରିଥିବାବେଳେ ‘ଆମ ଆଦିବାସୀ ଯେତେ ଶିକ୍ଷିତ ହେଲେ ବି ଆମ ପରମ୍ପରା ଛାଡ଼ିବୁ ନାହିଁ’ ବୋଲି ମତ ପ୍ରକାଶ ପାଇଛି। ଆଜି ରେଭିନ୍ୟୁ ଡିଭିଜନାଲ କମିଶନ (ଆରଡିସି)ଙ୍କ ନିର୍ଦେଶରେ ଡେପୁଟି ଡାଇରେକ୍ଟର ଅଶୋକ ଶତପଥୀ  ଗସ୍ତ କରି  ପିଉସୀ ଲାକ ସାରକା ଓ ପୁତୁରା କାଡିୟା ସାରକା, ଗ୍ରାମବାସୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଶପଥ ପାଠ କରାଇଥିଲେ। ସେ କହିଛନ୍ତି କନ୍ଦକୁଳ ସଭାପତି, ଉପସଭାପତିଙ୍କ ପ୍ରଚେଷ୍ଟା ବଳରେ କିଛି ଉନ୍ନତି ହେବା ସହ ପୂର୍ବରୁ  ବାଲ୍ୟ ବିବାହ  ବନ୍ଦ ହୋଇଛି । ବର୍ତ୍ତମାନ ଯେଉଁ ଘଟଣା ହେଇଯାଇଛି ତାହାର ତଦନ୍ତ କରୁଛୁ। ଏହାର ତଦନ୍ତ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।  ଡାଇରେକ୍ଟରଙ୍କ ଗସ୍ତ ସମୟରେ ତହସିଲଦାର ରଞ୍ଜନ  କୁମାର ମନସେଠ, ଶିଶୁ ବିକାଶ ଯୋଜନାର ଅଧିକାରୀ ମମତା ରାଣୀ ଦାସ, ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, କନ୍ଦକୁଳ ସମାଜର ସଭାପତି  ଯୋଗେନ୍ଦ୍ର ୱାଡକା, ଉପସଭାପତି ଶଙ୍କର ହୁଇକା,ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ଶବର, ପଞ୍ଚାୟତ ଓ ବ୍ଲକ ଅଧିକାରୀମାନେ ଉପସ୍ଥିତ ଥିଲେ।