ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା
ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ନଦୀ ବନ୍ଧକୁ ନେଇ ଛାନିଆ ପୁରୀ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳବାସିନ୍ଦା। ପୁରୀ ଜିଲ୍ଲାରେ ଦେବୀ ନଦୀ... The post ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା appeared first on .
ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ନଦୀ ବନ୍ଧକୁ ନେଇ ଛାନିଆ ପୁରୀ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳବାସିନ୍ଦା। ପୁରୀ ଜିଲ୍ଲାରେ ଦେବୀ ନଦୀ ବହୁବାର ଗତିପଥ ବଦଳାଇ ଅନେକ କ୍ଷତି କରିଛି। କାକଟପୁର ବାଉରିଆକଣ ଦେବୀ ନଦୀ ବନ୍ଧ ଦୀର୍ଘ ଦିନ ହେବ ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ଧସିଯାଇଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି।
ଡରାଉଛି ଦୁର୍ବଳ ନଦୀବନ୍ଧ। ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା। ଗତିପଥ ବଦଳାଇ ପୂର୍ବରୁ ଦେବୀ ନଦୀ ବହୁତ କ୍ଷତି କରିଛି। ନଦୀଗର୍ଭରେ ଲୀନ ହୋଇଯାଇଛି ଅନେକ ଗାଁ। ଘର ଦ୍ୱାର ଛାଡି ନଦୀର ଅପରପାର୍ଶ୍ୱରେ ରହୁଛନ୍ତି ଶତାଧିକ ପରିବାର। କାକଟପୁର ବାଉରିଆକଣର ଏ ଚିତ୍ର। ବାଉରିଆକଣ ଠାରୁ ଖଣ୍ଡାସାହି ରାସ୍ତା ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଗୋଟେ ପାର୍ଶ୍ଵ ସମ୍ପୂର୍ଣ ଦବି ଯାଇଛି। ଜଳସମ୍ପଦ ବିଭାଗ ଏକ ବୋର୍ଡ ଲଗାଇ ଲୋକଙ୍କ ସଚେତନ କରାଇ କାମ ସାରିଦେଇଛି। ସେହିପରି ଅସ୍ତରଙ୍ଗ ବ୍ଲକର କଣମଣ ଠାରୁ ରାଇବେରୁଆଁ ପର୍ଯ୍ୟନ୍ତ ନିମ୍ନମାନର କାମ ଯୋଗୁଁ ସୁନ୍ଦର ଗାଁ ରାସ୍ତାର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଦବିଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ।
ପ୍ରତିବର୍ଷ କାକଟପୁର, ଅସ୍ତରଙ୍ଗ ପାର୍ଶ୍ଵବର୍ତ୍ତୀ ନଦୀବନ୍ଧ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ପର ନିର୍ମାଣ କରିବା ସହ ବନ୍ଧ ମରାମତି କରୁଛନ୍ତି ଜଳସମ୍ପଦ ବିଭାଗ । କିନ୍ତୁ ନିମ୍ନମାନର କାମ ଯୋଗୁଁ ନଦୀବନ୍ଧରେ ବାଉରିଆକଣ ନିକଟରେ ୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଧସିଥିବା ବେଳେ କଣମଣରୁ ରାଇବେରୁଆଁ ପାଖାପାଖି ୨ କିଲୋମିଟର ଦବିଯାଇଛି। ଜୋର ବର୍ଷା ହେଲେ ବନ୍ଧ ଧୋଇଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଘାଇ ସୃଷ୍ଟି ହେଲେ କି ବନ୍ୟା ସୃଷ୍ଟି ହେଲେ ଏଠାକାର ୧୫ରୁ ଉର୍ଦ୍ଧ୍ବ ନଈକୂଳିଆ ପଂଚାୟତ ପ୍ରଭାବିତ ହେବା ସହ ଏକର ଏକର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା ବନ୍ଧ ସୃଦୃଢ଼ ଅଛି, ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ପ୍ରସ୍ତୁତ ଜଳସମ୍ପଦ ବିଭାଗ।
The post ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା appeared first on .