ଉତ୍ତର-ପୂର୍ବରେ ପ୍ରକୃତିର ବିକଟାଳ ରୂପ; ଭାସିଯାଉଛି ମଣିଷ !
ଘୁ ଘୁ ହୋଇ ମାଡିଆସୁଛି ପାଣି । ବୁଡୁଛି ଘର, ବୁଡୁଛି ସହର । କେଉଁଠି ଗାଡି ମଟର ଭାସୁଛି ତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ । ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି । ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର । ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର ।