ଉତ୍ତରକାଶୀରେ ବଡ଼ ଦୁର୍ଘଟଣା, ହେଲିକପ୍ଟର କ୍ରାସରେ ୫ ମୃତ
ଉତ୍ତରକାଶୀ ୦୮/୦୫: ଉତ୍ତରାଖଣ୍ଡର ଉତ୍ତରକାଶୀରେ ମର୍ମନ୍ତୁଦ ଦୁର୍ଘଟଣା । ଉତ୍ତରକାଶୀ ଗଙ୍ଗୋତ୍ରୀରେ ହେଲିକପ୍ଟର କ୍ରାସ୍ରେ ୫ ମୃତ । ତେବେ ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ପରେ ଉତ୍ତରକାଶୀ ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି ।ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ନଅଟା ବେଳେ ଗଙ୍ଗନାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି । Uttarakhand | Five passengers dead, two seriously injured in a helicopter crash near Ganganani in Uttarkashi district, confirms Garhwal Divisional Commissioner Vinay Shankar Pandey.Administration and relief teams are present at the helicopter crash site.(Photo source:… pic.twitter.com/JKoYpq7z1Q— ANI (@ANI) May 8, 2025ଏହି ହେଲିକପ୍ଟରଟି ଗଙ୍ଗୋତ୍ରୀ ଯାତ୍ରା କରୁଥିଲା । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି, ଯେଉଁଥିରେ ପାଞ୍ଚରୁ ଛଅ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳ
ଉତ୍ତରକାଶୀ ୦୮/୦୫: ଉତ୍ତରାଖଣ୍ଡର ଉତ୍ତରକାଶୀରେ ମର୍ମନ୍ତୁଦ ଦୁର୍ଘଟଣା । ଉତ୍ତରକାଶୀ ଗଙ୍ଗୋତ୍ରୀରେ ହେଲିକପ୍ଟର କ୍ରାସ୍ରେ ୫ ମୃତ । ତେବେ ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ପରେ ଉତ୍ତରକାଶୀ ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି ।
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ନଅଟା ବେଳେ ଗଙ୍ଗନାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି ।
Uttarakhand | Five passengers dead, two seriously injured in a helicopter crash near Ganganani in Uttarkashi district, confirms Garhwal Divisional Commissioner Vinay Shankar Pandey.
Administration and relief teams are present at the helicopter crash site.
(Photo source:… pic.twitter.com/JKoYpq7z1Q— ANI (@ANI) May 8, 2025
ଏହି ହେଲିକପ୍ଟରଟି ଗଙ୍ଗୋତ୍ରୀ ଯାତ୍ରା କରୁଥିଲା । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି, ଯେଉଁଥିରେ ପାଞ୍ଚରୁ ଛଅ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।