ଉତ୍ତରାଖଣ୍ଡରେ ଓଡ଼ିଆ ପୁଅଙ୍କ କମାଲ, ଜାତୀୟ ମଡର୍ଣ୍ଣ ପେଣ୍ଟାଥଲନରେ ଜିତିଲେ ସୁନା

ଚଣ୍ଡିଖୋଲ ୨୪/୮: ପୁଣି ଓଡ଼ିଆ ପୁଅଙ୍କ କମାଲ । ସୁନା ଆଣିଲେ ଯାଜପୁରର ପ୍ରଣବ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ସୁନା ପଦକ ଜିତିଛନ୍ତି ଯାଜପୁରର ପ୍ରଣବ ଦାସ । ଏଥିସହ ଆଗାମୀ ବିଶ୍ବ ପେଣ୍ଟାଥଲନ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରଣବଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବରୁ ମଧ୍ୟ ପ୍ରଣବ ଜାତୀୟ ସ୍ତରରେ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି । ପ୍ରଶାସନ ପ୍ରଣବଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଆହୁରି ଭଲ ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସମସ୍ତଙ୍କ ମତ । 