ଉତ୍ସବରେ ଟଳିପଡ଼ିଲେ ପୂର୍ବତନ ସରପଞ୍ଚ
ମାର୍ଶାଘାଇ,୧୦।୩ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଣିକୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜକାନ୍ତ ଚୌଧୁରୀ (୭୬)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ଶନିବାର ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲିଥିବା ଜେଜେ ମା’ ଜେଜେବାପା ଉତ୍ସବରେ ସେ ଚେୟାରରେ ବସିଥିବା ବେଳେ ଟଳି ପଡ଼ିଥିଲେ। ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚୌଧୁରୀ ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ ଥିଲେ। କଣକଷଟି ଗାଁ […] The post ଉତ୍ସବରେ ଟଳିପଡ଼ିଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.
ମାର୍ଶାଘାଇ,୧୦।୩ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଣିକୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜକାନ୍ତ ଚୌଧୁରୀ (୭୬)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ଶନିବାର ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲିଥିବା ଜେଜେ ମା’ ଜେଜେବାପା ଉତ୍ସବରେ ସେ ଚେୟାରରେ ବସିଥିବା ବେଳେ ଟଳି ପଡ଼ିଥିଲେ। ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚୌଧୁରୀ ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ ଥିଲେ। କଣକଷଟି ଗାଁ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ ପୁଅ ଅନୁପମ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ କ୍ଷୀରୋଦ ରଥ, ପ୍ରଦୀପ୍ତ ରଥ, ପ୍ରମୋଦ ଚୌଧୁରୀ, ଅକ୍ଷୟ ରଥ, କୃତିବାସ ରଥ, ପୂର୍ବତନ ସମ୍ପାଦକ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ଓ ମଧୁସୂଦନ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
The post ଉତ୍ସବରେ ଟଳିପଡ଼ିଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.