ଉଦଳା ବନାଞ୍ଚଳ ଅଧୀନ କୁସୁମିଆ ଗ୍ରାମ୍ୟ ଜଙ୍ଗଲରେ ହାତୀପଲ: ଗାଁ ପାଖରେ ଡେରା ପକାଇଛନ୍ତି ୪୦ଟି ହାତୀ

କନକ ବ୍ୟୁରୋ: ଗାଁ ପାଖ ଜଙ୍ଗଲରେ ହାତୀ, ଭୟରେ ଜୀବନ । ଗୋଟିଏ ଦୁଇଟି ନୁହେଁ ୪୦ଟି ହାତୀ ଗାଁ ପାଖ ଜଙ୍ଗଲରେ ଡେରା ପକାଇଛନ୍ତି । ମୟୂରଭଂଜ ଉଦଳା ବନାଞ୍ଚଳ ଅଧୀନ କୁସୁମିଆ ଗ୍ରାମ ଜଙ୍ଗଲରେ ରହିଛନ୍ତି ହାତୀପଲ । ଆଜି ପଟିସାରି ହୋଇ କୁସୁମିଆ ଅଂଚଳର ଧାନ ବିଲରେ ପଶିଥିଲେ ହାତୀପଲ । ଧାନ ଫସଲ ଦଳିଚକଟି ନଷ୍ଟ କରିବା ପରେ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି । ହାତୀପଲରେ ୩ଟି ଦନ୍ତା ହାତୀ ରହିଛନ୍ତି । ଅନେକ ସମୟରେ ହାତୀ ଲୋକଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଛି । ଉଦଳା ବନ ବିଭାଗ ଏବଂ କୁଆମରା ବିଟ୍‌ ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ସେମାନଙ୍କୁ ଘଉଡ଼ାଇ ପ୍ରୟାସ କରୁଛନ୍ତି । ଗାଁ ଠାରୁ ମାତ୍ର ୨ଶହ ମିଟର ଦୂର ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।