ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ତାଲିମ

ସମ୍ବଲପୁର: ସମନ୍ୱୀତ ୱାଡି ପ୍ରକଳ୍ପ କୁଚିଣ୍ଡା ପକ୍ଷରୁ ଆଜି କୁଚିଣ୍ଡା ବ୍ଲକର ସାଲେଭାଡି ପଞ୍ଚାୟତ ଅନ୍ତର୍ଗତ ଡୁଲେସରା ଠାରେ ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ୨ଟି ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ୨ଟି ଶିବିରରେ କୃଷି ଉତ୍ପାଦନ ବୃଦ୍ଧି, ସବୁଜ ପରିବା ଉପରେ ସ୍ୱାସ୍ଥ୍ୟଗତ ଗୁରୁତ୍ୱ, ସନ୍ତୁଳିତ ପରିବେଶ, ଅର୍ଥ ନୈତିକ ଅଭିବୃଦ୍ଧି, ପତିତ ଜମିର ଉଦ୍ଧାର, ଆଦିବାସୀ ଅଧ୍ୟୁଷିତ ଅଂଚଳର ଉନ୍ନତି ପ୍ରଭୃତି ଉପରେ ଗୁରୁତ୍ୱ […] The post ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ତାଲିମ appeared first on Odisha.News.

ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ତାଲିମ

ସମ୍ବଲପୁର: ସମନ୍ୱୀତ ୱାଡି ପ୍ରକଳ୍ପ କୁଚିଣ୍ଡା ପକ୍ଷରୁ ଆଜି କୁଚିଣ୍ଡା ବ୍ଲକର ସାଲେଭାଡି ପଞ୍ଚାୟତ ଅନ୍ତର୍ଗତ ଡୁଲେସରା ଠାରେ ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ୨ଟି ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ୨ଟି ଶିବିରରେ କୃଷି ଉତ୍ପାଦନ ବୃଦ୍ଧି, ସବୁଜ ପରିବା ଉପରେ ସ୍ୱାସ୍ଥ୍ୟଗତ ଗୁରୁତ୍ୱ, ସନ୍ତୁଳିତ ପରିବେଶ, ଅର୍ଥ ନୈତିକ ଅଭିବୃଦ୍ଧି, ପତିତ ଜମିର ଉଦ୍ଧାର, ଆଦିବାସୀ ଅଧ୍ୟୁଷିତ ଅଂଚଳର ଉନ୍ନତି ପ୍ରଭୃତି ଉପରେ ଗୁରୁତ୍ୱ ଦିଆଯାଇ ତାଲିମ ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ପ୍ରକଳ୍ପର ବ୍ଲକ ସଂଯୋଜକ ମାନସ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏଥିରେ ବିର୍ସା ମୁଣ୍ଡା ଉଦ୍ୟାନ ବିକାଶ ସମତିର ସଭ୍ୟ ସଭ୍ୟା ମାନଙ୍କୁ ଡା.ରାଜାରାମ ଷଡଙ୍ଗୀ ଓ ତାଲିମ ପ୍ରଶିକ୍ଷିକ ଚକ୍ରଧର ନନ୍ଦ ଗଛର ଯତ୍ନ, ପରିବେଶ ସୁରକ୍ଷା, ସୁସ୍ଥ ଜୀବନ ଗଠନ ପାଇଁ ବିଭିନ୍ନ ଜ୍ଞାନ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ସାଲେଭାଡ଼ି ପଂଚାୟତର ନାଏକ ସରପଞ୍ଚ ବାସନ୍ତୀ ମୁଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ।ଏହାକୁ ପ୍ରକଳ୍ପ ପରିଚାଳକ ଭରତ ପ୍ରଧାନ ପରିଚାଳନା କରିଥିଲେ ।

The post ଉଦ୍ୟାନ ବିକାଶ ସମିତିର ଦକ୍ଷତା ବୃଦ୍ଧି ଓ କୌଶଳ ବିକାଶ ନେଇ ତାଲିମ appeared first on Odisha.News.