ଉନ୍ନତିମୂଳକ କାମକୁ ନେଇ ଭୋଟରଙ୍କ ପାଖକୁ ଯିବି : ସୌଭିକ୍ ବିଶ୍ବାଳ

କଟକ ୧।୪: ଚୌଦ୍ବାର କଟକ ବିଧାନସଭାରୁ ସୌଭିକ ବିଶ୍ବାଳ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ଓ ଯୁବ ବିଜେଡ଼ି କର୍ମୀ ସମ୍ମିଳନୀ କରି ବିଜେଡି ପ୍ରଚାର ଅଭିଯାନ ଆରମ୍ଭ କରିଛି । ବିଜେଡି ପ୍ରାର୍ଥୀ ସୌଭିକ ମହାନଦୀ ବିହାର ଅଞ୍ଚଳରେ କର୍ମୀ ସମ୍ମିଳନୀ କରି ତାଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ତରଫରୁ ଚୌଦ୍ଵାର କଟକ ଅଞ୍ଚଳରେ ନେତାଜୀ ବସ୍ ଟର୍ମିନାଲ, ଏସସିବି ମେଡିକାଲକୁ ଏମ୍ସ ପ୍ଲସ ଢାଞ୍ଚାରେ ଗଢିବା, ଅର୍ବାନ ହାଟ ପ୍ରକଳ୍ପ, ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଓ ଓଟିଏମ ସ୍ଥାନରେ ଓ୍ବେଲ ସ୍ପନ କାରଖାନା ତିଆରି ଭଳି ପ୍ରକଳ୍ପ ଆରମ୍ଭ କରିଛନ୍ତି । ତେଣୁ ଏହିସବୁ ଉନ୍ନତିମୂଳକ କାମକୁ ନେଇ  ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି ସୌଭିକ।You Can Read :ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁପଡିଲେ ଡ୍ରାଇଭର   

ଉନ୍ନତିମୂଳକ କାମକୁ ନେଇ ଭୋଟରଙ୍କ ପାଖକୁ ଯିବି : ସୌଭିକ୍ ବିଶ୍ବାଳ

କଟକ ୧।୪: ଚୌଦ୍ବାର କଟକ ବିଧାନସଭାରୁ ସୌଭିକ ବିଶ୍ବାଳ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ଓ ଯୁବ ବିଜେଡ଼ି କର୍ମୀ ସମ୍ମିଳନୀ କରି ବିଜେଡି ପ୍ରଚାର ଅଭିଯାନ ଆରମ୍ଭ କରିଛି । ବିଜେଡି ପ୍ରାର୍ଥୀ ସୌଭିକ ମହାନଦୀ ବିହାର ଅଞ୍ଚଳରେ କର୍ମୀ ସମ୍ମିଳନୀ କରି ତାଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ତରଫରୁ ଚୌଦ୍ଵାର କଟକ ଅଞ୍ଚଳରେ ନେତାଜୀ ବସ୍ ଟର୍ମିନାଲ, ଏସସିବି ମେଡିକାଲକୁ ଏମ୍ସ ପ୍ଲସ ଢାଞ୍ଚାରେ ଗଢିବା, ଅର୍ବାନ ହାଟ ପ୍ରକଳ୍ପ, ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଓ ଓଟିଏମ ସ୍ଥାନରେ ଓ୍ବେଲ ସ୍ପନ କାରଖାନା ତିଆରି ଭଳି ପ୍ରକଳ୍ପ ଆରମ୍ଭ କରିଛନ୍ତି । ତେଣୁ ଏହିସବୁ ଉନ୍ନତିମୂଳକ କାମକୁ ନେଇ  ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି ସୌଭିକ।

You Can Read :

ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁପଡିଲେ ଡ୍ରାଇଭର