ମାତିଛନ୍ତି ସାଇବର ଠକ, ୬ ମାସରେ ଲୁଟିଲେଣି ୩୬ କୋଟି
ଭୁବନେଶ୍ୱର ୧୧।୦୭ : ମାତିଛନ୍ତି ସାଇବର ଲୁଟେରା । ୬ ମାସରେ ଲୁଟି ନେଲେଣି ୩୬ କୋଟି ଟଙ୍କା । ଜାନୁଆରୀରୁ ଜୁନ୍ ଯାଏଁ ପ୍ରାୟ ୩୬ କୋଟି ଟଙ୍କା ନେଇସାରିଲେଣି ସାଇବର ଠକ । ଖବର ଅନୁଯାୟୀ, ସାଇବର ଠକଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହିକ୍ରମରେ ଗତ ୬ ମାସ ମଧ୍ୟରେ ପ୍ରାୟ ୩୬ କୋଟି ଟଙ୍କା ଲୁଟି ନେଲେଣି । ଜାନୁଆରୀରୁ ଜୁନ୍ ଯାଏଁ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏନେଇ ମୋଟ ୨୩୯୪ଟି ସାଇବର ଥାନାରେ ରିପୋର୍ଟ ହୋଇଛି । ଶେଷରେ ପୋଲିସ ଆକ୍ସନ ନେଇ ସାଇବର ଠକଙ୍କ ଠାରୁ ୯କୋଟି ୫୦ଲକ୍ଷ ଟଙ୍କା ଫ୍ରିଜ କରିଛି । ଅଭିଯୋଗ କାରୀଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏହି ଘଟଣାରେ ମୋଟ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ତରାଜ୍ୟ ଠକ ରହିଛନ୍ତି । ଦୁଇଟି ଉପାୟରେ ଠକେଇ ଅଭିଯୋଗ ବଢିଥିବା ବେଳେ ଡିଜିଟାଲ ଆରେଷ୍ଟ ନାଁରେ ଅଧିକ ମାମଲା ରୁଜୁ ହୋଇଛି। ଇନଭେଷ୍ଟମେଣ୍ଟ ଫ୍ରଡ ନାଁରେ ମଧ୍ୟ ଅନେକ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ତେଣୁ ଏହି ଠକଙ୍କ କବଳରୁ ବର୍ତ୍ତିବା ଲାଗି ୧୯୩୦ ନମ୍ବରରେ କଲ୍ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।
ଭୁବନେଶ୍ୱର ୧୧।୦୭ : ମାତିଛନ୍ତି ସାଇବର ଲୁଟେରା । ୬ ମାସରେ ଲୁଟି ନେଲେଣି ୩୬ କୋଟି ଟଙ୍କା । ଜାନୁଆରୀରୁ ଜୁନ୍ ଯାଏଁ ପ୍ରାୟ ୩୬ କୋଟି ଟଙ୍କା ନେଇସାରିଲେଣି ସାଇବର ଠକ ।
ଖବର ଅନୁଯାୟୀ, ସାଇବର ଠକଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହିକ୍ରମରେ ଗତ ୬ ମାସ ମଧ୍ୟରେ ପ୍ରାୟ ୩୬ କୋଟି ଟଙ୍କା ଲୁଟି ନେଲେଣି । ଜାନୁଆରୀରୁ ଜୁନ୍ ଯାଏଁ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏନେଇ ମୋଟ ୨୩୯୪ଟି ସାଇବର ଥାନାରେ ରିପୋର୍ଟ ହୋଇଛି । ଶେଷରେ ପୋଲିସ ଆକ୍ସନ ନେଇ ସାଇବର ଠକଙ୍କ ଠାରୁ ୯କୋଟି ୫୦ଲକ୍ଷ ଟଙ୍କା ଫ୍ରିଜ କରିଛି । ଅଭିଯୋଗ କାରୀଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏହି ଘଟଣାରେ ମୋଟ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ତରାଜ୍ୟ ଠକ ରହିଛନ୍ତି । ଦୁଇଟି ଉପାୟରେ ଠକେଇ ଅଭିଯୋଗ ବଢିଥିବା ବେଳେ ଡିଜିଟାଲ ଆରେଷ୍ଟ ନାଁରେ ଅଧିକ ମାମଲା ରୁଜୁ ହୋଇଛି। ଇନଭେଷ୍ଟମେଣ୍ଟ ଫ୍ରଡ ନାଁରେ ମଧ୍ୟ ଅନେକ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ତେଣୁ ଏହି ଠକଙ୍କ କବଳରୁ ବର୍ତ୍ତିବା ଲାଗି ୧୯୩୦ ନମ୍ବରରେ କଲ୍ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।