ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ପାଇଁ ଜିଲ୍ଲାପାଳ ଙ୍କର ଠାରେ ଆପତ୍ତି ଅଭିଯୋଗ ଆଣିଲେ ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବୀରମହାରାଜ ପୁର ବ୍ଳକ ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ଭେଟି ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ ସାମୁହିକ ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ରେ ହେଉଥିବା ଅହେତୁକ ବିଳମ୍ବ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜୀବନ ଜୀବିକା ବୃଦ୍ଧି ପାଇଁ ବ୍ୟକ୍ତିଗତ ସହାୟତା ପ୍ରକଳ୍ପ ମଞ୍ଜୁରୀ ପାଇଁ ପ୍ରଶାସନର ଟାଲଟୁଲ ନୀତି ଯୋଗୁଁ ସେ […] The post ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ପାଇଁ ଜିଲ୍ଲାପାଳ ଙ୍କର ଠାରେ ଆପତ୍ତି ଅଭିଯୋଗ ଆଣିଲେ ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବୀରମହାରାଜ ପୁର ବ୍ଳକ ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ଭେଟି ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ ସାମୁହିକ ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ରେ ହେଉଥିବା ଅହେତୁକ ବିଳମ୍ବ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜୀବନ ଜୀବିକା ବୃଦ୍ଧି ପାଇଁ ବ୍ୟକ୍ତିଗତ ସହାୟତା ପ୍ରକଳ୍ପ ମଞ୍ଜୁରୀ ପାଇଁ ପ୍ରଶାସନର ଟାଲଟୁଲ ନୀତି ଯୋଗୁଁ ସେ ସାମ୍ନା କରୁଥିବା ଜନତା ତଥା ୱାର୍ଡ ମେମ୍ବର ଙ୍କ ଅସନ୍ତୋଷ ଓ ନିର୍ବାଚନ ପ୍ରତିଶ୍ରୁତି ପାଳନ ରେ ନିଜର ବିଫଳତା ନେଇ ଆପତ୍ତି ସମ୍ମିଳିତ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଉଫୁଳା ପଞ୍ଚାୟତ ର ଉନ୍ନୟନ ପ୍ରକଳ୍ପ ସମୂହ ଯଥାର୍ଥତା ଭିତ୍ତି ରେ ଶୀଘ୍ର ମଞ୍ଜୁରୀ ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଦେଇଥିଲେ l ସରପଞ୍ଚ ପ୍ରଶାସନ ସହ କରିଥିବା ପତ୍ରାଳାପ କପି ସମୂହ ସଂଲଗ୍ନ କରି ନୂତନ ଆପତ୍ତି ସମ୍ମିଳିତ ଅଭିଯୋଗ ପ୍ରଦାନ କରି ଥିଲେ l ଜିଲ୍ଲାପାଳ ତାଙ୍କ ଆପତ୍ତି ର ଆଶୁ ପଦକ୍ଷେପ ଗ୍ରହଣ କରି ଥିବା ସରପଞ୍ଚ ଶ୍ରୀମତୀ କର୍ମୀ ପ୍ରକାଶ କରିଛନ୍ତି l
The post ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ପାଇଁ ଜିଲ୍ଲାପାଳ ଙ୍କର ଠାରେ ଆପତ୍ତି ଅଭିଯୋଗ ଆଣିଲେ ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ appeared first on Odisha.News.