ଉପ-ନିର୍ବାଚନରେ କିଏ କେଉଁଠି ଜିତିଲା ?

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ କେରଳର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି... The post ଉପ-ନିର୍ବାଚନରେ କିଏ କେଉଁଠି ଜିତିଲା ? appeared first on .

ଉପ-ନିର୍ବାଚନରେ କିଏ କେଉଁଠି ଜିତିଲା ?

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ କେରଳର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ଚାଲିଛି। ଲୁଧିଆନାରେ ସକାଳ 8ଟାରେ ଗଣତି ଆରମ୍ଭ ହୋଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ପାଞ୍ଚଟି ଆସନରେ ଅନୁଷ୍ଠିତ ନିର୍ବାଚନ ହେଉଛି ପ୍ରଥମ ନିର୍ବାଚନ। ଲୁଧିଆନା ପଶ୍ଚିମରେ ବିଜେପି ଏବଂ ଆପ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଗୁଜୁରାଟରେ ଦମ ଦେଖାଇଲା ଆପ୍ । ବିସନଗର ଆସନରେ ଆପ ନେତା ଗୋପାଲ ଇଟାଲିଆ ବିଜୟୀ । ବିଜେପି ଗଡ଼ ଗୁଜରାଟରେ 2022 ନିର୍ବାଚନରେ ଜିତିଥିବା ବିସାବାଦର ଆସନକୁ ଆପ ବଜାୟ ରଖିଛି। ଆପ ଏହି ଆସନରୁ ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ପ୍ରାର୍ଥୀ କିରୀଟ ପଟେଲଙ୍କୁ ୧୭୫୮୧ ଭୋଟରେ ପରାସ୍ତ କରିଛନ୍ତି ଗୋପାଲ । ୨୦୦୭ ମସିହାରୁ ବିଜେପି ଏହି ଆସନରେ ବିଜୟ ପାଇଁ ଆଗ୍ରହୀ ଥିଲା। ଏହି ନିର୍ବାଚନରେ ମୋଟ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ ।

ସେପଟେ କେରଳର ନୀଳାମ୍ବୁର ଆସନରେ ବାଜି ମାରିନେଇଛି କଂଗ୍ରେସ । ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ ସରକାରଙ୍କୁ ଝଟକା ଦେଇ ଏହି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ପ୍ରାର୍ଥୀ ଆର୍ଯ୍ୟଦାନ ସୌକଥ ୭୭,୦୦୦ରୁ ଅଧିକ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମର ଏମ ସ୍ୱରାଜଙ୍କୁ ୧୧,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଆର୍ଯ୍ୟଦାନ ସୌକଥ ।

 

The post ଉପ-ନିର୍ବାଚନରେ କିଏ କେଉଁଠି ଜିତିଲା ? appeared first on .