ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ
ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ନିର୍ବାଚନରେ ପ୍ରାର୍ଥୀ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟାଦଶ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ସପ୍ତଦଶ ଲୋକ ସଭାରେ ଭାଜପାର […] The post ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ନିର୍ବାଚନରେ ପ୍ରାର୍ଥୀ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟାଦଶ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ସପ୍ତଦଶ ଲୋକ ସଭାରେ ଭାଜପାର ଓମ୍ ବିର୍ଲା ବାଚସ୍ପତି ଥିବାବେଳେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା। ଏଥର ଇଣ୍ଡିଆ ବ୍ଲକ୍ ୨୩୩ ଆସନରେ ଜିତି ଏକ ସୁଦୃଢ଼ ବିରୋଧ ମେଣ୍ଟର ଭୂମିକା ନେବାକୁ ଯାଉଛି। ଭାଜପା ଅନ୍ୟ ସହଯୋଗୀ ଦଳମାନଙ୍କ ସହଯୋଗରେ ତୃତୀୟ ଥର ସରକାର ଗଢ଼ିବାକୁ ସମର୍ଥ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀଡେପୁଟି ସ୍ପିକର ଏକ ନିରପେକ୍ଷ କାର୍ଯ୍ୟାଳୟ। ସେ ବାଚସ୍ପତିଙ୍କ ଅଧୀନ ନୁହନ୍ତି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ନିକଟରେ ଇଣ୍ଡିଆ ବ୍ଲକ୍ର ଯୋଜନା ସମ୍ପର୍କରେ ଶେୟାର କରିଥିଲେ। ଯଦି ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ବାଚସ୍ପତି ପଦ ନ ମିଳେ, ତେବେ ଏହି ପଦବୀ ପାଇଁ ଟିଡିପି ପ୍ରାର୍ଥୀଙ୍କୁ ଇଣ୍ଡିଆ ବ୍ଲକ୍ ପୂରା ସମର୍ଥନ ଯୋଗାଇଦେବ ବୋଲି ରାଉତ କହିଛନ୍ତି। ଚନ୍ଦ୍ରାବାବୁ ମଧ୍ୟ ବାଚସ୍ପତି ପଦ ପାଇଁ ପୂର୍ବରୁ ଦାବି ଜଣାଇଥିଲେ।
The post ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ appeared first on Dharitri Odia News.