ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ

ଭୁବନେଶ୍ଵର ୨୬।୧୧ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ । ସେହିପରି ମାର୍ଚ୍ଚ ୮ ମହିଳା ଦିବସରେ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏପର୍ଯ୍ୟନ୍ତ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିସାରିଲାଣି। ବାକି ୨ ଲକ୍ଷ ୬୭ ହଜାର ହିତାଧିକାରୀ ବାଦ୍‌ ପଡିଥିଲେ । ସେମାନଙ୍କ ରିଭ୍ୟୁ କାମ ଚାଲିଛି । ଖୁବଶୀଘ୍ର ରିଭ୍ୟୁ କାମ ସରିବ । 

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,  ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ

ଭୁବନେଶ୍ଵର ୨୬।୧୧ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ । ସେହିପରି ମାର୍ଚ୍ଚ ୮ ମହିଳା ଦିବସରେ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏପର୍ଯ୍ୟନ୍ତ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିସାରିଲାଣି। ବାକି ୨ ଲକ୍ଷ ୬୭ ହଜାର ହିତାଧିକାରୀ ବାଦ୍‌ ପଡିଥିଲେ । ସେମାନଙ୍କ ରିଭ୍ୟୁ କାମ ଚାଲିଛି । ଖୁବଶୀଘ୍ର ରିଭ୍ୟୁ କାମ ସରିବ ।