ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅସୁସ୍ଥତା କାରଣରୁ ରବିବାର ସକାଳେ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୨ଟା ବେଳେ ଧନଖରଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ଲଗାତାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଧନଖଡ଼ଙ୍କୁ ଏମ୍ସର ହୃଦରୋଗ ବିଭାଗ ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି। […] The post ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି appeared first on Odisha.News.
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅସୁସ୍ଥତା କାରଣରୁ ରବିବାର ସକାଳେ ଏମ୍ସରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୨ଟା ବେଳେ ଧନଖରଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ଲଗାତାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଧନଖଡ଼ଙ୍କୁ ଏମ୍ସର ହୃଦରୋଗ ବିଭାଗ ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ସଭାପତି ଜେପି ନଡ୍ଡା ଧନଖଡ଼ଙ୍କୁ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସ ଯାଇଥିବା ସୂଚନା ମିଳିଛି।
The post ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି appeared first on Odisha.News.