ଉବେର କ୍ୟାବରେ ୧୦ ଜନପଥ ପର୍ଯ୍ୟନ୍ତ ଯାତ୍ରା କଲେ ରାହୁଲ ଗାନ୍ଧି, ପଚାରି ବୁଝିଲେ ଡ୍ରାଇଭରଙ୍କ ହାଲଚାଲ
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ତାଙ୍କ କାରକେଡ ଛାଡି ସାଧାରଣ ଲୋକଙ୍କ ଭଳି ଉବେରରେ ଯାତ୍ରା କରିଛନ୍ତି। ଏଥିପାଇଁ ସେ ତାଙ୍କ ମୋବାଇଲ ଫୋନରୁ ଉବେର କ୍ୟାବ୍ ବୁକ୍ କରିଥିଲେ ଓ ଡ୍ରାଇଭରଙ୍କ କଡ଼ ସିଟରେ ବସି ୧୦ ଜନପଥ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହାକୁ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ରାହୁଲ ଗାନ୍ଧି ଓ କ୍ୟାବ ଡ୍ରାଇଭର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି ଯାତ୍ରା କାଳରେ ରାହୁଲ କ୍ୟାବ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କ ହାଲଚାଲ ବୁଝିଛନ୍ତି। କ୍ୟାବ୍ ଡ୍ରାଇଭର ତାଙ୍କୁ ୧୦ ଜନପଥରେ ଛାଡିଲା ଏଥିପାଇଁ ରାହୁଲ ତାଙ୍କ ଦେୟ ୪୩୮ ଟଙ୍କା ପୈଠ ବି କରିଛନ୍ତି। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୧୨ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। ଏହାକୁ ନେଇ ରାହୁଲ ଗାନ୍ଧି ତାଙ୍କ ଏକ୍ସରେ ଲେଖିଛନ୍ତି ‘ଅମଦାନୀ କମ, ମୂଲ୍ୟବୃଦ୍ଧିରେ ବାହାରୁଚି ଦମ୍। ଏହା ହେଉଛି ଭାରତରେ ଗିଗ୍ ୱାର୍କରଙ୍କ ବ୍ୟଥା’। आमदनी कम और महंगाई से निकलता दम - ये है भारत के gig workers की व्यथा!सुनील उपाध्याय जी के साथ एक Uber यात्रा के दौरान चर्चा में और फिर उनके परिवार से मिल कर देश के Cab drivers और Delivery agents जैसे gig workers की समस्याओं का जायज़ा लिया
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ତାଙ୍କ କାରକେଡ ଛାଡି ସାଧାରଣ ଲୋକଙ୍କ ଭଳି ଉବେରରେ ଯାତ୍ରା କରିଛନ୍ତି। ଏଥିପାଇଁ ସେ ତାଙ୍କ ମୋବାଇଲ ଫୋନରୁ ଉବେର କ୍ୟାବ୍ ବୁକ୍ କରିଥିଲେ ଓ ଡ୍ରାଇଭରଙ୍କ କଡ଼ ସିଟରେ ବସି ୧୦ ଜନପଥ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହାକୁ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ରାହୁଲ ଗାନ୍ଧି ଓ କ୍ୟାବ ଡ୍ରାଇଭର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି।
ଏହି ଯାତ୍ରା କାଳରେ ରାହୁଲ କ୍ୟାବ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କ ହାଲଚାଲ ବୁଝିଛନ୍ତି। କ୍ୟାବ୍ ଡ୍ରାଇଭର ତାଙ୍କୁ ୧୦ ଜନପଥରେ ଛାଡିଲା ଏଥିପାଇଁ ରାହୁଲ ତାଙ୍କ ଦେୟ ୪୩୮ ଟଙ୍କା ପୈଠ ବି କରିଛନ୍ତି। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୧୨ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। ଏହାକୁ ନେଇ ରାହୁଲ ଗାନ୍ଧି ତାଙ୍କ ଏକ୍ସରେ ଲେଖିଛନ୍ତି ‘ଅମଦାନୀ କମ, ମୂଲ୍ୟବୃଦ୍ଧିରେ ବାହାରୁଚି ଦମ୍। ଏହା ହେଉଛି ଭାରତରେ ଗିଗ୍ ୱାର୍କରଙ୍କ ବ୍ୟଥା’।
आमदनी कम और महंगाई से निकलता दम - ये है भारत के gig workers की व्यथा!
सुनील उपाध्याय जी के साथ एक Uber यात्रा के दौरान चर्चा में और फिर उनके परिवार से मिल कर देश के Cab drivers और Delivery agents जैसे gig workers की समस्याओं का जायज़ा लिया।
'हैंड टू माउथ इनकम' में इनका गुज़ारा… pic.twitter.com/46y9o1Iul8— Rahul Gandhi (@RahulGandhi) August 19, 2024
କ୍ୟାବ୍ ଡ୍ରାଇଭର ସୁନିଲ ଉପାଧ୍ୟୟଙ୍କ ସହିତ ଏକ ଉବେର ଯାତ୍ରା କାଳରେ ଚର୍ଚ୍ଚାରେ ଓ ତାଙ୍କ ପରିବାରକୁ ଭେଟି ଦେଶର କ୍ୟାବ ଡ୍ରାଇଭର ଓ ଡେଲିଭରୀ ଏଜେଣ୍ଟ ଙ୍କ ସମସ୍ୟାର ଅନୁଧ୍ୟାନ କରିଛନ୍ତି। ‘ହ୍ୟାଣ୍ଡ ଟୁ ମାଉଥ’ ଆୟରେ ପରିବାର ବହୁତ କଷ୍ଟରେ ଚଳୁଛି। ନା ସେମାନଙ୍କ କୌଣସି ସଞ୍ଚୟ ହେଉଛି ନା ଭବିଷ୍ୟତ କଥା ଚିନ୍ତା କରିପାରୁଛନ୍ତି। ଏଣୁ ଏମାନଙ୍କ ସମସ୍ୟାର ସମାଧାନ ଲାଗି କଂଗ୍ରେସର ରାଜ୍ୟ ସରକାରମାନେ ମଜଭୁତ ନୀତି ପ୍ରଣୟନ କରି ନ୍ୟାୟ କରିବା ଓ ଇଣ୍ଡିଆ ମେଣ୍ଟ ସଂଘର୍ଷର ସହିତ ଦେଶବ୍ୟାପୀ ଏହାର ବିସ୍ତାର ସୁନିଶ୍ଚିତ କରିବ ବୋଲି ରାହୁଲ କହିଛନ୍ତି।
ଏହା ପୂର୍ବରୁ ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ମୋଚି ଦୋକାନରେ ଦେଖାଯାଇଥିଲେ। ସେଠାରେ ରାହୁଲ ମୋଚିଙ୍କ ଠାରୁ ଶିଖି ଏକ ଚପଲ ବି ସିଲେଇ କରିଥିଲେ। କେବଳ କ୍ୟାବ ନୁହେଁ ରାହୁଲ ଟ୍ରକରେ ମଧ୍ୟ ଡ୍ରାଇଭରଙ୍କ ପାଖରେ ବସି ଯାତ୍ରା କରିଥିଲେ ଓ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ସେହିପରି ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ରାହୁଲ ଲାଲକିଲ୍ଲାଠାରେ ସାଧାରଣ ଜନତାଙ୍କ ଗହଣରେ ବସି ପାଳନ କରିଥିଲେ। ଏବେ ରାହୁଲଙ୍କ ଏପରି କାର୍ଯ୍ୟକଳାପ ଲୋକଙ୍କ ମନକୁ ବେଶ୍ ଛୁଉଁଛି।