ଉଲ୍ଲେଖନିୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ଙ୍କୁ ଭଞ୍ଜଜୟନ୍ତୀରେ ଅମୃତହ ସମ୍ମାନ-2024

ବେଲଗୁଣ୍ଠା, 14/02, ସାମ୍ବାଦିକତା ଏବଂ ସମାଜସେବା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ତଥା ଗଂଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘର ସାଧରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କୁ ମିଳିଛି ଅମୃତ ହସ ସମ୍ମାନ-2024 I ସୂଚନା ପ୍ରକାରେ କବି ସମ୍ବ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅବସରରେ ଘୁମୁସର ନାଟକ ମହୋତ୍ସବ ସମିତି ଏବଂ ବାର୍ଡ ସଂସ୍ଥାର ମିଳିତ ଆନୁକୂଲ୍ୟ ଏବଂ ଅମୃତ ହସ ପରିବାରର ସହଯୋଗରେ ଭଞ୍ଜନଗର ବ୍ଳକ୍ କୁଲାଡ଼ ଭଞ୍ଜମଣ୍ଡପରେ […] The post ଉଲ୍ଲେଖନିୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ଙ୍କୁ ଭଞ୍ଜଜୟନ୍ତୀରେ ଅମୃତହ ସମ୍ମାନ-2024 appeared first on Odisha.News.

ଉଲ୍ଲେଖନିୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ଙ୍କୁ ଭଞ୍ଜଜୟନ୍ତୀରେ ଅମୃତହ ସମ୍ମାନ-2024

ବେଲଗୁଣ୍ଠା, 14/02, ସାମ୍ବାଦିକତା ଏବଂ ସମାଜସେବା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ତଥା ଗଂଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘର ସାଧରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କୁ ମିଳିଛି ଅମୃତ ହସ ସମ୍ମାନ-2024 I ସୂଚନା ପ୍ରକାରେ କବି ସମ୍ବ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅବସରରେ ଘୁମୁସର ନାଟକ ମହୋତ୍ସବ ସମିତି ଏବଂ ବାର୍ଡ ସଂସ୍ଥାର ମିଳିତ ଆନୁକୂଲ୍ୟ ଏବଂ ଅମୃତ ହସ ପରିବାରର ସହଯୋଗରେ ଭଞ୍ଜନଗର ବ୍ଳକ୍ କୁଲାଡ଼ ଭଞ୍ଜମଣ୍ଡପରେ ପାଳିତ ହୋଇଥିଲା ଘୁମୁସର ମାଟିର ବରେଣ୍ୟ ବରପୁତ୍ର କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ I ଏହି ଉତ୍ସବରେ ଅମୃତ ହସ ପରିବାର ପକ୍ଷରୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ଶ୍ରୀ ପାତ୍ରଙ୍କୁ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଉପଢ଼ୌକନ, ମାନପତ୍ର, ପୁଷ୍ପଗୁଚ୍ଛ,ଟ୍ରଫି ସହ, ଅମୃତ ହସ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ I ପ୍ରକାଶା ଥାଉକି ଶ୍ରୀ ପାତ୍ର ଦୀର୍ଘ ବର୍ଷ ଧରି ସର୍ବାଧିକ ଜନପ୍ରିୟ ଦୈନିକ ଖବରକାଗଜ ସମ୍ବାଦର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଜଣେ ନିର୍ଭୀକ ଏବଂ ନିରପେକ୍ଷ ସାମ୍ବାଦିକ ଭାବରେ ଅଞ୍ଚଳରେ ତାଙ୍କର ବେଶ୍ ଖ୍ୟାତି ରହିଛି I କେବଳ ସାମ୍ବାଦିକତା ନୁହେଁ ସମାଜସେବା କ୍ଷେତ୍ରରେ ମଧ୍ୟ ପ୍ରଦ୍ୟୁମ୍ନ ଅଞ୍ଚଳବାସୀଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି I ପ୍ରଦ୍ୟୁମ୍ନ ଜଣେ ନିୟମିତ ରକ୍ତଦାତା ହୋଇଥିବା ବେଳେ ସେ ଅଧ୍ୟାବଧି ସତୁରୀ ଥର ସ୍ଵେଚ୍ଛାକୃତ ରକ୍ତଦାନ କରିବା ସହିତ ଅଣଚାଶଟି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ସାରିଛନ୍ତି I ଏହା ସହିତ 14 ଟି ମାଗଣା ଚକ୍ଷୁ ଚିକିତ୍ସା ଶିବିର, ଵିଭିନ୍ନ ଅନୁଷ୍ଠାନ ସହ ମିସି 2200 ରୁ ଉର୍ଦ୍ଧ୍ବ ଚାରାରୋପଣ କାର୍ଯ୍ୟକ୍ରମ ସହିତ କୋଭିଡ ମହାମାରୀ ସମୟରେ ବୁଲା ଜନ୍ତୁଙ୍କୁ ଖାଦ୍ୟ, ଅସହାୟଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି I ବିଶେଷ କରି କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସଚେତନତା ସୃଷ୍ଟି କରି ଗତ 2010 ମସିହାରେ ତତ୍କାଳୀନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା ପୁରସ୍କୃତ ହୋଇ ବେଲଗୁଣ୍ଠା ପାଇଁ ଗୌରବ ଆଣିପାରିଛନ୍ତି I ଶ୍ରୀ ପାତ୍ର ଆଜି ଅମୃତ ହସ ସମ୍ମାନରେ ସମ୍ମାନିତ ହେବା ପରେ ବେଲଗୁଣ୍ଠା ପ୍ରେସକ୍ଲବ, ଉତ୍କଳ ସାମ୍ବାଦିକ ସଂଘ ସମେତ ବହୁ ବୁଦ୍ଧିଜୀବୀଙ୍କ ନିକଟରୁ ଶ୍ରୀ ପାତ୍ରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି I

The post ଉଲ୍ଲେଖନିୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ଙ୍କୁ ଭଞ୍ଜଜୟନ୍ତୀରେ ଅମୃତହ ସମ୍ମାନ-2024 appeared first on Odisha.News.