ଋଣ ବୋଝରେ ଚାପି ହେଇଯାଉଛନ୍ତି ଭାରତୀୟ ଚାକିରିଆ: ଇଏମ୍ଆଇ ସୁଝିବାରେ ସରିଯାଉଛି ଜୀବନ

ନୂଆଦିଲ୍ଲୀ: ଚାକିରି କରିବା ମାତ୍ରେ ସମସ୍ତଙ୍କ ସ୍ୱପ୍ନ ଥାଏ, ଗୋଟେ ଭଲ ଘର, ଭଲ ଦରମା, ଗାଡ଼ି ଘୋଡ଼ା ସହ ସୁଖୀ ଜୀବନ। ହେଲେ ଭାରତୀୟ ଚାକିରିଆମାନେ ଏହି ସୁଃଖ ଆଶାରେ ଧାଇଁ ଏବେ ଋଣ ଭାରରେ। ଋଣ ବୋଝ ଏମିତି ଚାପି ଦେଇଛି ଯେ ସୁଃଖ କ’ଣ ତ ଜାଣି ହେଉନି ଓଲଟା ବୟସ ଖାଲି ଇଏମ୍ଆଇ ସୁଝିବାରେ ଯାଉଛି। ଭାରତୀୟ ଚାକିରିଆମାନଙ୍କର ଏବେ ଏହି ଅବସ୍ଥା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ୮୭ ପ୍ରତିଶତ ଚାକିରି କରୁଥିବା ବ୍ୟକ୍ତି ଋଣରୁ ବୁଡ଼ି ରହିଛନ୍ତି। ମାତ୍ର ୧୩ ପ୍ରତିଶତ ଏମିତି ଅଛନ୍ତି ଯେଉଁମାନେ ଋଣ କରି ନାହାନ୍ତି। ହେଲେ ଯେଉଁଭଳି ଭାବରେ ଋଣ ନେବାର ମାତ୍ରା ବଢ଼ି ଚାଲିଛି ଲାଗୁଛି ଏହି ୧୩ ପ୍ରତିଶତ ବି ଆଉ ରହିବନି। ଏହି ରିପୋର୍ଟ ପଢନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହେବେ।  ଋଣ ବୋଝରେ ଭାରତୀୟ ଚାକିରିଆଙ୍କ ଋଣ ଭାର। ମଳିନ ପଡ଼ିଯାଉଛି ଉତ୍ତମ ଜୀବନ ଜୀଇଁବାର ଆଶା ! ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଭାରତର ଚାକିରିଆମାନେ ପୂର୍ବ ଅପେକ୍ଷା ଏବେ ଅଧିକ ଋଣ ବୋଝରେ ବୁଡ଼ିଛନ୍ତି। ବଡ଼ କଥା ହେଲା ଗତ ଦୁଇ ବର୍ଷରେ ଋଣ ନେଉଥିବା ଚାକିରିଆ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ବ୍ୟାଙ୍କ ବଜାର୍‌ର ସର୍ଭେ ଅନୁଯାୟୀ, ଗତ ଦୁଇ ବର୍ଷରେ ଚାକିରିଆ କରିଥିବା ଅନେକ ବ୍ୟକ୍ତି ଲୋନ ନେଇଛନ୍ତି। ସବୁଠୁ ଅଧିକ ଚାକିରିଆ ୨୫ ଲକ୍ଷ ଟଙ୍କାର ଲୋନ ନେଇଥିବା ଜଣାପଡ଼ିଛି। ତେବେ ହୋମ ଲୋନ ନେବାରେ ସବୁଠାରୁ ଆଗରେ ରହିଛ

ଋଣ ବୋଝରେ ଚାପି ହେଇଯାଉଛନ୍ତି ଭାରତୀୟ ଚାକିରିଆ: ଇଏମ୍ଆଇ ସୁଝିବାରେ ସରିଯାଉଛି ଜୀବନ

ନୂଆଦିଲ୍ଲୀ: ଚାକିରି କରିବା ମାତ୍ରେ ସମସ୍ତଙ୍କ ସ୍ୱପ୍ନ ଥାଏ, ଗୋଟେ ଭଲ ଘର, ଭଲ ଦରମା, ଗାଡ଼ି ଘୋଡ଼ା ସହ ସୁଖୀ ଜୀବନ। ହେଲେ ଭାରତୀୟ ଚାକିରିଆମାନେ ଏହି ସୁଃଖ ଆଶାରେ ଧାଇଁ ଏବେ ଋଣ ଭାରରେ। ଋଣ ବୋଝ ଏମିତି ଚାପି ଦେଇଛି ଯେ ସୁଃଖ କଣ ତ ଜାଣି ହେଉନି ଓଲଟା ବୟସ ଖାଲି ଇଏମ୍ଆଇ ସୁଝିବାରେ ଯାଉଛି। ଭାରତୀୟ ଚାକିରିଆମାନଙ୍କର ଏବେ ଏହି ଅବସ୍ଥା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ୮୭ ପ୍ରତିଶତ ଚାକିରି କରୁଥିବା ବ୍ୟକ୍ତି ଋଣରୁ ବୁଡ଼ି ରହିଛନ୍ତି। ମାତ୍ର ୧୩ ପ୍ରତିଶତ ଏମିତି ଅଛନ୍ତି ଯେଉଁମାନେ ଋଣ କରି ନାହାନ୍ତି। ହେଲେ ଯେଉଁଭଳି ଭାବରେ ଋଣ ନେବାର ମାତ୍ରା ବଢ଼ି ଚାଲିଛି ଲାଗୁଛି ଏହି ୧୩ ପ୍ରତିଶତ ବି ଆଉ ରହିବନି। ଏହି ରିପୋର୍ଟ ପଢନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହେବେ।  

ଋଣ ବୋଝରେ ଭାରତୀୟ ଚାକିରିଆଙ୍କ ଋଣ ଭାର। ମଳିନ ପଡ଼ିଯାଉଛି ଉତ୍ତମ ଜୀବନ ଜୀଇଁବାର ଆଶା ! ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଭାରତର ଚାକିରିଆମାନେ ପୂର୍ବ ଅପେକ୍ଷା ଏବେ ଅଧିକ ଋଣ ବୋଝରେ ବୁଡ଼ିଛନ୍ତି। ବଡ଼ କଥା ହେଲା ଗତ ଦୁଇ ବର୍ଷରେ ଋଣ ନେଉଥିବା ଚାକିରିଆ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । 

ବ୍ୟାଙ୍କ ବଜାର୍‌ର ସର୍ଭେ ଅନୁଯାୟୀ, ଗତ ଦୁଇ ବର୍ଷରେ ଚାକିରିଆ କରିଥିବା ଅନେକ ବ୍ୟକ୍ତି ଲୋନ ନେଇଛନ୍ତି। ସବୁଠୁ ଅଧିକ ଚାକିରିଆ ୨୫ ଲକ୍ଷ ଟଙ୍କାର ଲୋନ ନେଇଥିବା ଜଣାପଡ଼ିଛି। ତେବେ ହୋମ ଲୋନ ନେବାରେ ସବୁଠାରୁ ଆଗରେ ରହିଛନ୍ତି ମହିଳା କର୍ମଚାରୀ । ୨୫ ଲକ୍ଷ ଟଙ୍କାର ଲୋନ ନେଇଥିବା ଚାକିରିଆଙ୍କ ସଂଖ୍ୟା ଗତ ବର୍ଷ ୮୮ ପ୍ରତିଶତ ରହିଥିବାବେଳେ ଏଥର ଏହା ବଢ଼ି ୯୧.୨ ପ୍ରତିଶତ ହୋଇଛି। ଋଣ ନେବାର ସବୁଠୁ ଆଗରେ ରହିଛନ୍ତି ମେଟ୍ରୋ ସିଟିରେ ରହୁଥିବା କର୍ମଚାରୀ। ତେବେ ବଡ଼ କଥା ହେଲା ଚାକିରି କରୁଥିବା ମାତ୍ର ୧୩.୪ ପ୍ରତିଶତ ଲୋକ କୌଣସି ଋଣ ନ ନେଇ ଖୁସିର ଜୀବନଯାପନ କରୁଛନ୍ତି। ୨୦୨୨ରେ ଋଣ ନେଇ ନଥିବା କର୍ମଚାରୀଙ୍କ ସଂଖ୍ୟା ୧୯ ପ୍ରତିଶତ ଥିଲା। ହେଲେ ଏବେ ଏହି ସଂଖ୍ୟା ମାତ୍ର ୧୩.୪ ପ୍ରତିଶତକୁ ଖସି ଆସିଛି। 

୨୨ରୁ ୪୫ ବର୍ଷର ୧ ହଜାର ୫୨୯ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୬ଟି ମେଟ୍ରୋ ସହର ଏବଂ ୧୮ ଟିୟର ୨ ସହରର ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ୪୦ ପ୍ରତିଶତ ମହିଳା ରହିଥିବାବେଳେ, ସମସ୍ତଙ୍କ ଦରମା ସର୍ବନିମ୍ନ ୩୦ ହଜାର ରହିଥିଲା। 

ସର୍ଭେ ଅନୁଯାୟୀ, ୩୦ ହଜାର ଦରମା ପାଉଥିବା କର୍ମଚାରୀମାନେ ହିଁ ସବୁଠାରୁ ଅଧିକ ଋଣ ଏବଂ କ୍ରେଡିଟ କାର୍ଡ ଭଳି ଫାଇନାନ୍ସିଆଲ ପ୍ରଡକ୍ଟସ ବ୍ୟବହାର କରୁଛନ୍ତି। ତେଣୁ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ନେଇ ଏମାନଙ୍କର ଜ୍ଞାନ ଭଲ। ଏମାନେ ହିଁ ଅଧିକାଂଶ ଅନଲାଇନ ଟ୍ରାଞ୍ଜାକ୍ସନ କରୁଛନ୍ତି। 

ସର୍ଭେ ଅନୁଯାୟୀ ଭାରତୀୟ ୱାର୍କଫୋର୍ସରେ ବର୍ତ୍ତମାନ ୨୨ରୁ ୨୭ ବର୍ଷୀୟ ଯୁବ କର୍ମଚାରୀଙ୍କର ଟେକ୍ନୋଲୋଜି ଉପରେ ଭଲ ଜ୍ଞାନ ରହିଛି। ନୂଆ ଫାଇନାନ୍ସିଆଲ ଟୁଲ୍ସ ବିଷୟରେ ମଧ୍ୟ ଜାଣିବାକୁ ଇଚ୍ଛା ରଖୁଛନ୍ତି। ଏଥିପାଇଁ ସେମାନେ ଅଧିକ ଋଣ ନେଉଛନ୍ତି। ହେଲେ କିଛି ବର୍ଷ ଚାକିରି କରିସାରିଥିବା ୨୮ରୁ ୩୪ ବୟସ ବର୍ଗର ଚାକିରିଆ ଏବେ ଘର ଏବଂ କାର କିଣିବା ବ୍ୟତୀତ ଇଣ୍ଟରନାସନାଲ ଟ୍ରାଭେଲ କରୁଛନ୍ତି। ତେବେ ତୃତୀୟ ବର୍ଗ ଅର୍ଥାତ ୩୫ରୁ ୪୫ ବର୍ଷର ଚାକିରିଆମାନେ ଆର୍ଥିକ ମଜଭୁତ ବୋଲି ସର୍ଭେରେ କୁହାଯାଇଛି।
 ସର୍ଭେ ରିପୋର୍ଟ ଅନୁସାରେ, ଭାରତୀୟ ୱାର୍କଫୋର୍ସ ଘର କିଣିବାକୁ ସବୁଠୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଏହା ପରେ ସେମାନେ ନିଜ ସ୍ୱାସ୍ଥ୍ୟ, ସମ୍ପର୍କ ବଜାଇ ରଖିବା ପାଇଁ, ପ୍ରତିଷ୍ଠା କାଏମ୍ ପାଇଁ ଋଣ ନେଉଥିବା ଜଣାପଡ଼ିଛି।। ଯୁବକଙ୍କ ମଧ୍ୟରେ ନିଜର ରୋଜଗାର ଇଚ୍ଛା ବଢ଼ୁଛି। ସେମାନେ ନିଜର ଷ୍ଟାର୍ଟଅପ୍ କରିବାକୁ ଚାହୁଁଛନ୍ତି। ଆଉ ଏହା ହିଁ ଋଣ ନେବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଗୋଟିଏ। ଯୁବବର୍ଗ ଅଧିକ ଋଣ ନେଉଥିବାରୁ ସେହି ଚାପରେ ନା ସେମାନେ ବିଦେଶ ଯାତ୍ରା କରି ଜୀବନ ଉପଭୋଗ କରିପାରୁଛନ୍ତି ନା ସେମାନଙ୍କର ବାର୍ଦ୍ଧକ୍ୟ ଚିନ୍ତା ଶୂନ୍ୟ ହୋଇପାରୁଛି। 

ତେବେ ଦେଶର କେଉଁ ଅଞ୍ଚଳର କର୍ମଚାରୀ କେଉଁ ପ୍ରକାର ଋଣ ଅଧିକ ନେଉଛନ୍ତି ତାହା ମଧ୍ୟ ସର୍ଭେରେ ଖୁଲାସା ହୋଇଛି। ପୂର୍ବ ଭାରତୀୟ କର୍ମଚାରୀମାନେ ଶିକ୍ଷା ଋଣ, ଦକ୍ଷିଣ ଭାରତରେ କାର୍ ଲୋନ, ଉତ୍ତର ଏବଂ ପଶ୍ଚିମ ଭାରତରେ ହୋମ ଲୋନ ଅଧିକ ନେବାକୁ ଚାହୁଁଛନ୍ତି।