ଋଷିଆ-ୟୁକ୍ରେନ ଯୁଦ୍ଧକୁ ଏମିତି ଯାଇ ନାହାନ୍ତି ଭାରତୀୟ ଯୁବକ, ବଡ଼ ରାକେଟର ପର୍ଦ୍ଦାଫାସ
ନୂଆଦିଲ୍ଲୀ ୮।୩: ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମଇଏ)ଙ୍କ ହସ୍ତକ୍ଷେପ ପରେ ଋଷିଆ ସେନାରେ ସହାୟକ ଷ୍ଚାଫ ଭାବେ କାର୍ଯ୍ୟ କରୁଥିବା ପାଖାପାଖି ୨୦ ଭାରତୀୟ ଯୁବକଙ୍କୁ ଖୁବ୍ ଶୀଘ୍ର ଛାଡି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏହି ମାମଲାରେ ଏବେ ନୂଆ ରହସ୍ୟ ଉନ୍ମୋଚନ ହୋଇଛି। ଲୋଭନୀୟ ଚାକିରୀର ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ଋଷିଆ-ୟୁକ୍ରେନ ଯୁଦ୍ଧକୁ ପଠାଇଥିବା ଏକ ବଡ଼ ନେଟୱାର୍କର ସିବିଆଇ ପର୍ଦ୍ଦାଫାସ କରିଛି। ମାନବ ତସ୍କରୀର ଏହି ବିଶାଳ ନେଟୱାର୍କ ୭ ସହରର ୧୦ରୁ ଅଧିକ ସ୍ଥାନରେ ଚାଲିଥିଲା। ଏବେ ସିବିଆଇ ଏ ସବୁର ତଦନ୍ତ କରୁଛି। ସିବିଆଇ ଦିଲ୍ଲୀ, ତିରୁଭନ୍ତପୁରମ, ମୁମ୍ବାଇ, ଅମ୍ବାଲା, ଚଣ୍ଡିଗଡ଼, ମଦୁରାଇ ଓ ଚେନ୍ନାଇରେ ଚଢଉ କରିଛି। ଏ ନେଇ ସିବିଆଇ ବିଭିନ୍ନ ଭିସା କନସଲଟାନ୍ସୀ ଫାର୍ମ ଓ ଏଜେଣ୍ଟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। ମାମଲାରେ ଏ ପର୍ଯ୍ୟନ୍ତ ନଗଦ ୫୦ ଲକ୍ଷ ଟଙ୍କା, ଆପତ୍ତିଜନକ କାଗଜପତ୍ର, ଲାପଟପ, ମୋବାଇଲ, ଡେସ୍କଟପ ଓ ଅନ୍ୟ ଇଲେକ୍ଟ୍ରୋନିକ ରେକର୍ଡ ଜବତ କରାଯାଇଛି। ବିଭିନ୍ନ ସ୍ଥାନରେ ପଚରା ଉଚରା ପାଇଁ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ତଦନ୍ତରେ ଏପର୍ଯ୍ୟନ୍ତ ୩୫ ଜଣଙ୍କୁ ବିଦେଶ ପଠାଯାଇଥିବାର ପ୍ରମାଣ ମିଳିଛି। ସିବିଆଇ ଅନୁସାରେ ଲୋକଙ୍କୁ ଚାକିରୀର ଲୋଭ ଦେଖାଇ ବିଦେଶ ପଠାଇବା ମାମଲାରେ ଦିଲ୍ଲୀର ସୁୟଶ ମୁକୁଟ, ମୁମ୍ବାଇର ରାକେଶ ପାଣ୍ଡେ, ଚଣ୍ଡିଗଡ଼ର ମଞ୍ଜିତ ସିଂହ ଓ ଦୁବା
ନୂଆଦିଲ୍ଲୀ ୮।୩: ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମଇଏ)ଙ୍କ ହସ୍ତକ୍ଷେପ ପରେ ଋଷିଆ ସେନାରେ ସହାୟକ ଷ୍ଚାଫ ଭାବେ କାର୍ଯ୍ୟ କରୁଥିବା ପାଖାପାଖି ୨୦ ଭାରତୀୟ ଯୁବକଙ୍କୁ ଖୁବ୍ ଶୀଘ୍ର ଛାଡି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏହି ମାମଲାରେ ଏବେ ନୂଆ ରହସ୍ୟ ଉନ୍ମୋଚନ ହୋଇଛି। ଲୋଭନୀୟ ଚାକିରୀର ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ଋଷିଆ-ୟୁକ୍ରେନ ଯୁଦ୍ଧକୁ ପଠାଇଥିବା ଏକ ବଡ଼ ନେଟୱାର୍କର ସିବିଆଇ ପର୍ଦ୍ଦାଫାସ କରିଛି।
ମାନବ ତସ୍କରୀର ଏହି ବିଶାଳ ନେଟୱାର୍କ ୭ ସହରର ୧୦ରୁ ଅଧିକ ସ୍ଥାନରେ ଚାଲିଥିଲା। ଏବେ ସିବିଆଇ ଏ ସବୁର ତଦନ୍ତ କରୁଛି। ସିବିଆଇ ଦିଲ୍ଲୀ, ତିରୁଭନ୍ତପୁରମ, ମୁମ୍ବାଇ, ଅମ୍ବାଲା, ଚଣ୍ଡିଗଡ଼, ମଦୁରାଇ ଓ ଚେନ୍ନାଇରେ ଚଢଉ କରିଛି। ଏ ନେଇ ସିବିଆଇ ବିଭିନ୍ନ ଭିସା କନସଲଟାନ୍ସୀ ଫାର୍ମ ଓ ଏଜେଣ୍ଟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। ମାମଲାରେ ଏ ପର୍ଯ୍ୟନ୍ତ ନଗଦ ୫୦ ଲକ୍ଷ ଟଙ୍କା, ଆପତ୍ତିଜନକ କାଗଜପତ୍ର, ଲାପଟପ, ମୋବାଇଲ, ଡେସ୍କଟପ ଓ ଅନ୍ୟ ଇଲେକ୍ଟ୍ରୋନିକ ରେକର୍ଡ ଜବତ କରାଯାଇଛି।
ବିଭିନ୍ନ ସ୍ଥାନରେ ପଚରା ଉଚରା ପାଇଁ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ତଦନ୍ତରେ ଏପର୍ଯ୍ୟନ୍ତ ୩୫ ଜଣଙ୍କୁ ବିଦେଶ ପଠାଯାଇଥିବାର ପ୍ରମାଣ ମିଳିଛି। ସିବିଆଇ ଅନୁସାରେ ଲୋକଙ୍କୁ ଚାକିରୀର ଲୋଭ ଦେଖାଇ ବିଦେଶ ପଠାଇବା ମାମଲାରେ ଦିଲ୍ଲୀର ସୁୟଶ ମୁକୁଟ, ମୁମ୍ବାଇର ରାକେଶ ପାଣ୍ଡେ, ଚଣ୍ଡିଗଡ଼ର ମଞ୍ଜିତ ସିଂହ ଓ ଦୁବାଇର ଫୈସଲ ଅବଦୁଲ ମୁତାଲିବ ଖାନ ଓରଫ ବାବା ନାମକ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇଛି। ଏମାନେ ବିଭିନ୍ନ ନାମରେ ଓଭରସିଜ ରିକ୍ରୁଇଟମେଣ୍ଟ, ଟ୍ରାଭେଲ ଭିସା ସର୍ଭିସ ସଂସ୍ଥା ଚଳାଇଥିବା ବେଳେ ଏମାନଙ୍କ ଅନୁଷ୍ଟାନ ମାଧ୍ୟମରେ ଭାରତୀୟ ଯୁବକଙ୍କୁ ଋଷିଆ ପଠାଯାଇଛି।

ଇତି ମଧ୍ୟରେ ଏହି ସଂସ୍ଥାଙ୍କ ମାଧ୍ୟମରେ ଋଷିଆ ଯାଇ ୟୁକ୍ରେନ ବିରୋଧରେ ଲଢେଇରେ ସାମିଲ ଜଣେ ଭାରତୀୟଙ୍କୁ ହତ୍ୟା କରି ଦିଆ ଯାଇଥିବାର ଖବର ଆସୁଛି। ୬ ମାର୍ଚ୍ଚ ଅର୍ଥାତ ଗତ ବୁଧବାର ମସ୍କୋସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ହାଇଦ୍ରାବାଦର ମହମ୍ମଜ ଅସଫାନର ମୃତ୍ୟୁ ପୁଷ୍ଟି କରିଛନ୍ତି। ତେବେ କିଭଳି ପରିସ୍ଥିତିରେ ଅସଫାନର ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳି ପାରିନାହିଁ। ଦୂତାବାସ ତାଙ୍କ ପୋଷ୍ଟରେ ଆମକୁ ଜଣେ ଭାରତୀୟ ନାଗରିକ ମହମ୍ମଦ ଅସଫାନଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ଖବର ମିଳିଛି ବୋଲି ଉଲ୍ଲେଖ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଭାରତରୁ ଋଷିଆ ଯାଇଥିବା ଏକ ୭ ଜଣିଆ ଗ୍ରୁପ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେମାନଙ୍କୁ ସେମାନଙ୍କ ଇଛା ବିରୋଧରେ ୟୁକ୍ରେନ ଯୁଦ୍ଧ ଲଢିବାକୁ ବାଧ୍ୟ କରାଯାଉଥିବା କହିଛନ୍ତି। ଏହି ଭାଇରାଲ ଭିଡିଓରେ ୭ ଜଣଙ୍କୁ ଏକ କୋଠରୀରେ ସେନା ପୋଷାକରେ ଦେଖାଯାଉଛି। ଏକ ଋଦ୍ଧ ଦ୍ୱାର ଘରେ ରେକର୍ଡ କରାଯାଇଥିବା ଭିଡିଓରେ ୬ ଜଣଙ୍କୁ ଘରର ଗୋଟିଏ କୋଣରେ ଛିଡା ହୋଇଥିବା ଦେଖାଯାଉଛି ଓ ଅନ୍ୟ ଜଣେ ଭିଡିଓ କରି ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।