ଭୁବନେଶ୍ବର ପାତ୍ରପଡ଼ାରେ କାର୍କୁ ପିଟିଲା ଟ୍ରକ୍: ଜଣେ ମୃତ, ୪ ଗୁରୁତର ଏମ୍ସରେ ଭର୍ତ୍ତି
ଭୁବନେଶ୍ବର: କାର୍କୁ ପିଟିଲା ଟ୍ରକ୍। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନେଶ୍ବର ପାତ୍ରପଡ଼ା ନିକଟରେ। ଆହତଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ଆଡ଼ୁ ଆସୁଥିବା ଏକ ରେନଲ୍ଟ କ୍ବିଡ୍ କାର୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଫଳରେ କାର୍ଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲା।ଏହି ସମୟରେ କାର୍ରେ ସମୁଦାୟ ୫ଜଣ ଯାତ୍ରୀ ଥିଲେ। ଯେଉଁଥିରେ ବାଲିଅନ୍ତାର ବିଶ୍ବଜିତ ରାୟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରି ଯାତ୍ରୀ ଗୁରୁତର ଆହତ ହୋଇପଡ଼ିଥିଲେ। ଘଟଣାର ସୂଚନା ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।
ଭୁବନେଶ୍ବର: କାର୍କୁ ପିଟିଲା ଟ୍ରକ୍। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନେଶ୍ବର ପାତ୍ରପଡ଼ା ନିକଟରେ। ଆହତଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ଆଡ଼ୁ ଆସୁଥିବା ଏକ ରେନଲ୍ଟ କ୍ବିଡ୍ କାର୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଫଳରେ କାର୍ଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲା।
ଏହି ସମୟରେ କାର୍ରେ ସମୁଦାୟ ୫ଜଣ ଯାତ୍ରୀ ଥିଲେ। ଯେଉଁଥିରେ ବାଲିଅନ୍ତାର ବିଶ୍ବଜିତ ରାୟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରି ଯାତ୍ରୀ ଗୁରୁତର ଆହତ ହୋଇପଡ଼ିଥିଲେ। ଘଟଣାର ସୂଚନା ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।