ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଦେଶର ନେତା, ସିଇଓ ଏବଂ ବୈଜ୍ଞାନିକ ଯୋଗଦେବେ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ହେଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଚାଇନା ଉପପ୍ରଧାନମନ୍ତ୍ରୀ ଝାଙ୍ଗ୍‌ […] The post ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି appeared first on Dharitri Odia News.

ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଦେଶର ନେତା, ସିଇଓ ଏବଂ ବୈଜ୍ଞାନିକ ଯୋଗଦେବେ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ହେଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଚାଇନା ଉପପ୍ରଧାନମନ୍ତ୍ରୀ ଝାଙ୍ଗ୍‌ ଗୁଓକିଙ୍ଗ୍‌। ଏହି ଅବସରରେ ମୋଦି ଓ ମାକ୍‌ରଁଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପ୍ୟାରିସ୍‌ରେ ପହଞ୍ଚତ୍ବା ପରେ ମୋଦି ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭଳି ଭବିଷ୍ୟବାଦୀ ସେକ୍ଟରଗୁଡ଼ିକ ଉପରେ ଫୋକସ୍‌ ରହିବ ବୋଲି ଫ୍ରାନ୍ସକୁ ଷଷ୍ଠ ଥର ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ୧୨ ତାରିଖରେ ଫ୍ରାନ୍ସ ଗସ୍ତ ଶେଷ ହେବା ପରେ ସେ ଓ୍ବାଶିଂଟନ୍‌ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବେ। ନୂଆକରି ଶପଥ ନେଇଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ତାଙ୍କର ଏହି ସାକ୍ଷାତ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ମୋଦି ଟୁଇଟ୍‌ କରିଛନ୍ତି।

The post ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି appeared first on Dharitri Odia News.