ଏଆଇ ଇଞ୍ଜିନିୟର ଆତ୍ମହତ୍ୟା ଘଟଣା : ତିନିଦିନ ଭିତରେ ଥାନାରେ ହାଜର ହେୱାକୁ ନିକିତାଙ୍କ ପରିବାରକୁ ପୋଲିସର ନୋଟିସ
କନକ ବ୍ୟୁରୋ: ତିନି ଦିନ ଭିତରେ ହାଜର ହୁଅ, ଏପରି ଲେଖି ନିକିତାଙ୍କ ଘରେ ନୋଟିସ ମାରିଛି ଜୌନପୁର ପୋଲିସ । ବେଙ୍ଗାଲୁରରେ ଆତ୍ମହତ୍ୟା କରିଥିବା ଏଆଇ ଇଂଜିନିୟର ତାଙ୍କ ସ୍ତ୍ରୀ ନିକିତା ଉପରେ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଏହି ଖବର ନିଆଁ ଭଳି ବ୍ୟାପିଥିଲା ଏମିତିକି ସୁପ୍ରମ କୋର୍ଟ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ । ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ବେଙ୍ଗାଲୁରୁ ପୋଲିସ ଉତ୍ତର ପ୍ରଦେଶର ଜୌନପୁରରେ ପହଂଚିଛି । ସ୍ଥାନୀୟ ପୋଲିସ ସହଯୋଗରେ ନିକିତାଙ୍କ ଘରକୁ ଯାଇ ନୋଟିସ୍ ଲଗେଇ ଥିଲେ ବେଙ୍ଗାଲୁରୁ ପୋଲିସ । ଆଉ ନୋଟିସରେ ଲେଖାଯାଇଥିଲା,୩ଦିନ ଭିତରେ ବେଙ୍ଗାଲୁରୁ ପୋଲିସକୁ ଦେଖା କରନ୍ତୁ । ତଥ୍ୟ ଓ ପରିସ୍ଥିତି ବିଷୟରେ ବାଙ୍ଗାଲୋର ପୋଲିସ ନିକିତାଙ୍କ ଠାରୁ ପଚରାଉଚରା କରିବ ବୋଲି ନୋଟିସ ପ୍ରଦାନ କରିଛି । ଅନ୍ୟପଟେ ଅତୁଲଙ୍କ ଶାଶୁ ଏବଂ ସଳା ନିଜ ଘର ଛାଡିଛନ୍ତି ।

କନକ ବ୍ୟୁରୋ: ତିନି ଦିନ ଭିତରେ ହାଜର ହୁଅ, ଏପରି ଲେଖି ନିକିତାଙ୍କ ଘରେ ନୋଟିସ ମାରିଛି ଜୌନପୁର ପୋଲିସ । ବେଙ୍ଗାଲୁରରେ ଆତ୍ମହତ୍ୟା କରିଥିବା ଏଆଇ ଇଂଜିନିୟର ତାଙ୍କ ସ୍ତ୍ରୀ ନିକିତା ଉପରେ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଏହି ଖବର ନିଆଁ ଭଳି ବ୍ୟାପିଥିଲା ଏମିତିକି ସୁପ୍ରମ କୋର୍ଟ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ ।
ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ବେଙ୍ଗାଲୁରୁ ପୋଲିସ ଉତ୍ତର ପ୍ରଦେଶର ଜୌନପୁରରେ ପହଂଚିଛି । ସ୍ଥାନୀୟ ପୋଲିସ ସହଯୋଗରେ ନିକିତାଙ୍କ ଘରକୁ ଯାଇ ନୋଟିସ୍ ଲଗେଇ ଥିଲେ ବେଙ୍ଗାଲୁରୁ ପୋଲିସ । ଆଉ ନୋଟିସରେ ଲେଖାଯାଇଥିଲା,୩ଦିନ ଭିତରେ ବେଙ୍ଗାଲୁରୁ ପୋଲିସକୁ ଦେଖା କରନ୍ତୁ ।
ତଥ୍ୟ ଓ ପରିସ୍ଥିତି ବିଷୟରେ ବାଙ୍ଗାଲୋର ପୋଲିସ ନିକିତାଙ୍କ ଠାରୁ ପଚରାଉଚରା କରିବ ବୋଲି ନୋଟିସ ପ୍ରଦାନ କରିଛି । ଅନ୍ୟପଟେ ଅତୁଲଙ୍କ ଶାଶୁ ଏବଂ ସଳା ନିଜ ଘର ଛାଡିଛନ୍ତି ।