ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଜବରଦଖଲ ଉଚ୍ଛେଦ
ପାଟଣା,୨୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ପାଇଁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ୨ଟି ଜେସିବି ସାହାଯ୍ୟରେ ବେଆଇନ ନିର୍ମାଣକୁ ଭଙ୍ଗା କାର୍ଯ୍ୟ ଚାଲିଛି। ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ତହସିଲଦାର ଲୀଳାବତୀ ନାୟକ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ଏସ୍ଡିପି ଓ ଘଟଗାଁ ବିଜୟ କୃଷ୍ଣ ମହାପାତ୍ର, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ଙ୍କ ଉପସ୍ଥିତିରେ […] The post ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଜବରଦଖଲ ଉଚ୍ଛେଦ appeared first on Dharitri Odia News.
ପାଟଣା,୨୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ପାଇଁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ୨ଟି ଜେସିବି ସାହାଯ୍ୟରେ ବେଆଇନ ନିର୍ମାଣକୁ ଭଙ୍ଗା କାର୍ଯ୍ୟ ଚାଲିଛି।
ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ତହସିଲଦାର ଲୀଳାବତୀ ନାୟକ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ଏସ୍ଡିପି ଓ ଘଟଗାଁ ବିଜୟ କୃଷ୍ଣ ମହାପାତ୍ର, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ଙ୍କ ଉପସ୍ଥିତିରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପାଖରୁ ଆରମ୍ଭ ହୋଇ ବଜାରର ୨ ପାଶର୍ବର ଜବରଦଖଲ ଉଚ୍ଛେଦ ହୋଇଛି।
ଏଥିପାଇଁ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କେତେକ ବ୍ୟବସାୟୀ ନିଜ ଦୋକାନର ବେଆଇନ ନିର୍ମାଣକୁ ନିଜ ଆଡୁ ଭାଙ୍ଗି ଥିବାବେଳେ ଅମାନିଆ ଦୋକାନୀଙ୍କ ଦୋକାନକୁ ଜେସିବି ମେଶିନ ସାହାଯ୍ୟରେ ପ୍ରଶାସନ ଭାଙ୍ଗିଛି।
The post ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଜବରଦଖଲ ଉଚ୍ଛେଦ appeared first on Dharitri Odia News.