ଡାଇବେଟିସ୍ ସମସ୍ୟା ଥିଲେ…
ଯଦି ଆପଣ ଡାଇବେଟିସ୍ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ। ଏହାବ୍ୟତୀତ ପରିସ୍ରାରେ ସୁଗାର କେତେ ରହୁଛି ତାହା ମଧ୍ୟ ପରୀକ୍ଷା କରାଇ ନିଅନ୍ତୁ। ଡାଇବେଟିସ୍ ସମସ୍ୟା ଥିଲେ ପ୍ରତିବର୍ଷ ଆଉ କେତେକ ଆନୁଷଙ୍ଗିକ ପରୀକ୍ଷା କରାଇ ନେବା ଦରକାର। କିଡ୍ନୀ, ହାର୍ଟ ଏବଂ ଦୃଷ୍ଟିଶକ୍ତି କିପରି ରହୁଛି ତାହା ପରୀକ୍ଷା କରାଇ ନିଅନ୍ତୁ। ଏହାବ୍ୟତୀତ ରକ୍ତରେ କୋଲେଷ୍ଟରଲ ପରିମାଣ ମାପିବାକୁ […] The post ଡାଇବେଟିସ୍ ସମସ୍ୟା ଥିଲେ… appeared first on Dharitri Odia News.
ଯଦି ଆପଣ ଡାଇବେଟିସ୍ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ। ଏହାବ୍ୟତୀତ ପରିସ୍ରାରେ ସୁଗାର କେତେ ରହୁଛି ତାହା ମଧ୍ୟ ପରୀକ୍ଷା କରାଇ ନିଅନ୍ତୁ।
ଡାଇବେଟିସ୍ ସମସ୍ୟା ଥିଲେ ପ୍ରତିବର୍ଷ ଆଉ କେତେକ ଆନୁଷଙ୍ଗିକ ପରୀକ୍ଷା କରାଇ ନେବା ଦରକାର। କିଡ୍ନୀ, ହାର୍ଟ ଏବଂ ଦୃଷ୍ଟିଶକ୍ତି କିପରି ରହୁଛି ତାହା ପରୀକ୍ଷା କରାଇ ନିଅନ୍ତୁ। ଏହାବ୍ୟତୀତ ରକ୍ତରେ କୋଲେଷ୍ଟରଲ ପରିମାଣ ମାପିବାକୁ ଭୁଲନ୍ତୁ ନାହିଁ।
ଏଭଳି ସମସ୍ୟା ରହିଲେ ନିୟମିତ ଔଷଧ ଖାଇବାକୁ ପଡ଼ିଥାଏ। ତେଣୁ ଡାକ୍ତର ପ୍ରେସକ୍ରିପ୍ସନରେ ଯେଭଳି ଔଷଧ ଖାଇବାକୁ ଉଲ୍ଲେଖ କରିଛନ୍ତି ତାହାକୁ ଅନୁସରଣ କରନ୍ତୁ। ମନକୁ ମନ ଏହି ଔଷଧ ବନ୍ଦ କରନ୍ତୁ ନାହିଁ।
ଜଣେ ଡାଇବେଟିସ୍ ରୋଗୀ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ସାମିଲ କରିବା ନିହାତି ଦରକାର। ସକାଳୁ ଯେମିତି ହେଲେ ଅଧ ଘଣ୍ଟାଏ ଚାଲନ୍ତୁ।
ଉପରୋକ୍ତ ବିଷୟ ବ୍ୟତୀତ ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ।
The post ଡାଇବେଟିସ୍ ସମସ୍ୟା ଥିଲେ… appeared first on Dharitri Odia News.