ଏଆଇ କ୍ୟାମେରାର ସଫଳତା :ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ ୩ ଶିକାରୀ
କନକବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ ୩ ଶିକାରୀ। ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ୩ ଜଣ ଦୁର୍ଦ୍ଦାନ୍ତ ଶିକାରୀଙ୍କୁ ଧରିଛି ବନବିଭାଗ। ସୁରକ୍ଷା ପାଇଁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଖଞ୍ଜା ଯାଇ ଥବା ଅତ୍ୟାଧୁନିକ ଟ୍ରାପ କ୍ୟାମେରାରେ ଶିକାରୀଙ୍କ ଫଟୋ କଏଦ ହୋଇଥିଲା । ଏହାକୁ ଭିତ୍ତିକରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ବନବିଭାଗ । ପ୍ରଥମେ ଜଣେ ଶୀକାରୀକୁ ଧରିବା ପରେ ପରେ ଆଉ ଦୁଇ ଜଣକୁ ଧରିବାରେ ସଫଳତା ମିଳିଛି । ଗିରଫ ଶିକାରୀଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ, ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଏବଂ ପରିବର୍ତ୍ତନ ଆଇନ୍ ୨୦୨୨ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

କନକବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ ୩ ଶିକାରୀ। ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ୩ ଜଣ ଦୁର୍ଦ୍ଦାନ୍ତ ଶିକାରୀଙ୍କୁ ଧରିଛି ବନବିଭାଗ। ସୁରକ୍ଷା ପାଇଁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଖଞ୍ଜା ଯାଇ ଥବା ଅତ୍ୟାଧୁନିକ ଟ୍ରାପ କ୍ୟାମେରାରେ ଶିକାରୀଙ୍କ ଫଟୋ କଏଦ ହୋଇଥିଲା ।
ଏହାକୁ ଭିତ୍ତିକରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ବନବିଭାଗ । ପ୍ରଥମେ ଜଣେ ଶୀକାରୀକୁ ଧରିବା ପରେ ପରେ ଆଉ ଦୁଇ ଜଣକୁ ଧରିବାରେ ସଫଳତା ମିଳିଛି । ଗିରଫ ଶିକାରୀଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ, ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଏବଂ ପରିବର୍ତ୍ତନ ଆଇନ୍ ୨୦୨୨ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।