ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ
ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଉଦ୍ଧବ ଠାକ୍ରେ, ଅଖିଳେଶ ଯାଦବ ଏବଂ ତେଜସ୍ବୀ ଯାଦବଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାମାନେ ଯୋଗଦେବେ ବୋଲି ବରିଷ୍ଠ ଆପ୍ ନେତା ଗୋପାଳ ରାୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରାଲିରେ ୨୦,୦୦୦ରୁ ଊର୍ଦ୍ଧ୍ୱ […] The post ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଉଦ୍ଧବ ଠାକ୍ରେ, ଅଖିଳେଶ ଯାଦବ ଏବଂ ତେଜସ୍ବୀ ଯାଦବଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାମାନେ ଯୋଗଦେବେ ବୋଲି ବରିଷ୍ଠ ଆପ୍ ନେତା ଗୋପାଳ ରାୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରାଲିରେ ୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ଏଥିପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ତେବେ ମହାରାଲିରେ କେଜ୍ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା ଭାଷଣ ଦେବେ କି ନାହିଁ, ତାହା ପରେ ନିଷ୍ପତ୍ତି ହେବ ବୋଲି ରାୟ କହିଛନ୍ତି।
The post ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ appeared first on Dharitri Odia News.