ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍ କହିଲେ-କେଉଁ ଟିମ୍କୁ ଯିବେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୯।୫: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୨ ମ୍ୟାଚ୍ରେ ୪ ବିଜୟ ସହ ଏମ୍ଆଇ ୮ ଅଙ୍କ ପାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ବାକି ଥିବା ମ୍ୟାଚ୍ ଦଳ ଜିତିଲେ ବି ପ୍ଲେ ଅଫ୍ ଖେଳିପାରିବ ନାହିଁ। ପାଣ୍ଡ୍ୟାଙ୍କ ପାଇଁ ଏହି ସିଜନ୍ ନିରାଶାଜନକ ଥିଲା। ପ୍ରଥମେ ସେ ପ୍ରଶଂସକଙ୍କ ବିରୋଧର ସାମ୍ନା କରିଥିବା ବେଳେ ପରେ ଟିମ୍ରେ ଅନ୍ତଃକନ୍ଦଳର ଖବର ଆସିଥିଲା। ଏମିତିରେ ସବୁଠୁ […] The post ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍ କହିଲେ-କେଉଁ ଟିମ୍କୁ ଯିବେ ହିଟ୍ମ୍ୟାନ୍ appeared first on Dharitri Odia News.
ନୂଆଦିଲ୍ଲୀ,୯।୫: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୨ ମ୍ୟାଚ୍ରେ ୪ ବିଜୟ ସହ ଏମ୍ଆଇ ୮ ଅଙ୍କ ପାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ବାକି ଥିବା ମ୍ୟାଚ୍ ଦଳ ଜିତିଲେ ବି ପ୍ଲେ ଅଫ୍ ଖେଳିପାରିବ ନାହିଁ। ପାଣ୍ଡ୍ୟାଙ୍କ ପାଇଁ ଏହି ସିଜନ୍ ନିରାଶାଜନକ ଥିଲା। ପ୍ରଥମେ ସେ ପ୍ରଶଂସକଙ୍କ ବିରୋଧର ସାମ୍ନା କରିଥିବା ବେଳେ ପରେ ଟିମ୍ରେ ଅନ୍ତଃକନ୍ଦଳର ଖବର ଆସିଥିଲା। ଏମିତିରେ ସବୁଠୁ ବଡ଼ ପ୍ରଶ୍ନ କ’ଣ ପୁଣିଥରେ ରୋହିତଙ୍କୁ ଅଧିନାୟକ କରାଯିବ ନା ରୋହିତ ଅନ୍ୟ ଦଳକୁ ଯିବେ? ଏହି ପ୍ରଶ୍ନର ଜବାବ ପାକିସ୍ତାନର ପୂର୍ବତନ ଅଧିନାୟକ ଏବଂ ସ୍ବିଂଗର ସୁଲତାନ ଓ୍ବାସିମ୍ ଅକ୍ରମ ଦେଇଛନ୍ତି।
ସ୍ପୋଟ୍ସକିଡା ସହ କଥାବାର୍ତ୍ତାରେ ଅକରମ୍ କହିଛନ୍ତି, ଯେତେଦୂର ଲାଗୁଛି ରୋହିତ ଆସନ୍ତା ବର୍ଷ ମୁମ୍ବାଇରେ ରହିବେ ନାହିଁ। ବହୁତ ଭଲ ଲାଗିବ ଯଦି ସେ କେକେଆର୍ ଯିବେ। ଥରେ ଭାବନ୍ତୁ ରୋହିତ ଓପନିଂ କରିବେ, ଗୌତମ ଗମ୍ଭୀର ମେଣ୍ଟର ହେବେ ଏବଂ ଶ୍ରେୟସ ଆୟର ଅଧିନାୟକ ହେବେ। ଏମିତିରେ ରୋହିତଙ୍କୁ ଖେଳୁଥିବା ଦେଖିବାକୁ ଭଲ ଲାଗିବ।
ରୋହିତଙ୍କ ବିଷୟରେ କହିଲେ, ୨୦୧୩ରୁ ୨୦୧୩ ଯାଏ ମୁମ୍ବାଇ ଅଧିନାୟକ ଥିଲେ। ଏହି ସମୟରେ ଦଳ ୫ ଥର ଟୁର୍ନାମେଣ୍ଟ ଜିତିଥିଲା।
The post ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍ କହିଲେ-କେଉଁ ଟିମ୍କୁ ଯିବେ ହିଟ୍ମ୍ୟାନ୍ appeared first on Dharitri Odia News.