ଏଏପିକୁ ବଡ଼ ଝଟକା! କାମ ଦେଲା ମୋଦି ମ୍ୟାଜିକ୍‌, କେଜ୍‌ରିୱାଲଙ୍କ ବାଜିକୁ ଏମିତି ପଲଟାଇଦେଲେ…

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏଏପିକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେଉଥଥିବା ଦେଖାଯାଉଛି। ବରିଷ୍ଠ ନେତା ଅରବିନ୍ଦ କେଜ୍‌ରିୱାଲ, ମନୀଷ ସିସୋଡିଆ, ଆତିଶୀ ଏବଂ ଅବଧ ଓଝାଙ୍କ ସମେତ ଅନେକ ଆମ ଆଦମୀ ପାର୍ଟି ନେତା ସେମାନଙ୍କ ଆସନରେ ପଛରେ ଅଛନ୍ତି। ଏହି ସମୟରେ ଭାଜପା ଅନେକ ଆସନରେ ଆଗୁଆ ଅଛି। ନିର୍ବାଚନୀ ପରିବେଶ ଉଷ୍ମ ହୋଇଛି ଏବଂ କର୍ମୀଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି। […] The post ଏଏପିକୁ ବଡ଼ ଝଟକା! କାମ ଦେଲା ମୋଦି ମ୍ୟାଜିକ୍‌, କେଜ୍‌ରିୱାଲଙ୍କ ବାଜିକୁ ଏମିତି ପଲଟାଇଦେଲେ… appeared first on Dharitri Odia News.

ଏଏପିକୁ ବଡ଼ ଝଟକା! କାମ ଦେଲା ମୋଦି ମ୍ୟାଜିକ୍‌, କେଜ୍‌ରିୱାଲଙ୍କ ବାଜିକୁ ଏମିତି ପଲଟାଇଦେଲେ…

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଚାଲିଛି ଏବଂ ପ୍ରାରମ୍ଭିକ ଟ୍ରେଣ୍ଡରେ ଏଏପିକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେଉଥଥିବା ଦେଖାଯାଉଛି। ବରିଷ୍ଠ ନେତା ଅରବିନ୍ଦ କେଜ୍‌ରିୱାଲ, ମନୀଷ ସିସୋଡିଆ, ଆତିଶୀ ଏବଂ ଅବଧ ଓଝାଙ୍କ ସମେତ ଅନେକ ଆମ ଆଦମୀ ପାର୍ଟି ନେତା ସେମାନଙ୍କ ଆସନରେ ପଛରେ ଅଛନ୍ତି। ଏହି ସମୟରେ ଭାଜପା ଅନେକ ଆସନରେ ଆଗୁଆ ଅଛି। ନିର୍ବାଚନୀ ପରିବେଶ ଉଷ୍ମ ହୋଇଛି ଏବଂ କର୍ମୀଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି। ତଥାପି ଗଣନାର ଅନେକ ପର୍ଯ୍ୟାୟ ବାକି ଅଛି, ଯାହା ଚୂଡ଼ାନ୍ତ ଫଳାଫଳକୁ ପରିବର୍ତ୍ତନ କରିପାରେ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଭାଜପା ଆଗୁଆ ହେବାର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି। ଏଥିରେ ଟିକସ ଛାଡ଼, ମୋଦି ମ୍ୟାଜିକ ଏବଂ ଏଏପିର ଅଭିଯୋଗର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଅନ୍ତର୍ଭୁକ୍ତ।

ଭାଜପାର ନେତୃତ୍ୱ ପଛରେ ତିନୋଟି ବଡ଼ କାରଣ-
> ମାଗଣା ବିଦ୍ୟୁତ୍‌ ଏବଂ ପାଣି ବଦଳରେ ଟିକସ ଛାଡ଼ ଉପରେ ଦାବି: ଆମ ଆଦମୀ ପାର୍ଟି ମାଗଣା ବିଦ୍ୟୁତ୍‌ ପାଣି ଏବଂ ଅନ୍ୟାନ୍ୟ ସୁବିଧାକୁ ନିଜର ନିର୍ବାଚନୀ ଏଜେଣ୍ଡା କରିଥିଲା। ସେହି ସମୟରେ ଭାଜପା ଏକ ନୂତନ ବାଜି ଖେଳିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟକର ଛାଡ଼ ସୀମା ୭ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଘୋଷଣା ଭୋଟରଙ୍କୁ ଆକର୍ଷିତ କରିଛି। ଏହି କାରଣରୁ ମଧ୍ୟବିତ୍ତ ବର୍ଗର ଲୋକମାନେ ଭାଜପାକୁ ସମର୍ଥନ କରୁଥିବା ଦେଖାଯାଉଛି।

> ମୋଦି ଯାଦୁ ଏବଂ ଆକ୍ରମଣାତ୍ମକ ପ୍ରଚାର ଅଭିଯାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ତାଙ୍କ ନେତୃତ୍ୱରେ ଭାଜପାର ଆକ୍ରମଣାତ୍ମକ ଅଭିଯାନ ମଧ୍ୟ ବିଜୟ ଦିଗରେ ସହାୟକ ହେଉଥିବା ପରି ମନେ ହେଉଛି। ଭାଜପା ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ଅନେକ ଆକ୍ରମଣ ଆରମ୍ଭ କରିଛ। ବିଶେଷକରି ମୁଖ୍ୟମନ୍ତ୍ରୀ ଗୃହର ନବୀକରଣ ଏବଂ ଯମୁନା ପ୍ରଦୂଷଣ ଭଳି ପ୍ରସଙ୍ଗ ଉଠାଇ, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଭାବ ପକାଉଛି।

> ନିର୍ବାଚନ ପୂର୍ବରୁ ଏଏପି ନେତାମାନେ ଦଳ ଛାଡିବା: ଦିଲ୍ଲୀ ନିର୍ବାଚନରେ ଭାଜପା ଆଗୁଆ ହେବାର ଏକ ବଡ଼ କାରଣ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (AAP) ନେତାମାନେ ଦଳ ଛାଡି ଭାଜପାରେ ଯୋଗଦେବା ବୋଲି କୁହାଯାଉଛି।

 

The post ଏଏପିକୁ ବଡ଼ ଝଟକା! କାମ ଦେଲା ମୋଦି ମ୍ୟାଜିକ୍‌, କେଜ୍‌ରିୱାଲଙ୍କ ବାଜିକୁ ଏମିତି ପଲଟାଇଦେଲେ… appeared first on Dharitri Odia News.