ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ ରେଷ୍ଟୋରେଶନ୍‌ ହ୍ୟାସ୍‌ଟ୍ୟାଗ୍‌ ସହିତ ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତାର ବିଷୟବସ୍ତୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା। ଏପରିକି କମ୍ପାନୀର ପାରାଦୀପ ୟୁନିଟ୍‌ଠାରେ ପରିବେଶ ସୁରକ୍ଷା, ଜମି ସମ୍ବନ୍ଧୀୟ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ବିଭିନ୍ନ […] The post ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ appeared first on Dharitri Odia News.

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ ରେଷ୍ଟୋରେଶନ୍‌ ହ୍ୟାସ୍‌ଟ୍ୟାଗ୍‌ ସହିତ ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତାର ବିଷୟବସ୍ତୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା। ଏପରିକି କମ୍ପାନୀର ପାରାଦୀପ ୟୁନିଟ୍‌ଠାରେ ପରିବେଶ ସୁରକ୍ଷା, ଜମି ସମ୍ବନ୍ଧୀୟ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ବିଭିନ୍ନ ପ୍ରତିଯୋଗିତା କୁଇଜ୍‌, ପୋଷ୍ଟର ତିଆରି ଏବଂ ଭିଡିଓ ବାର୍ତ୍ତା ରେକର୍ଡିଂ ଆଦିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଓଡ଼ିଶା ଅପରେଶନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି, ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ହୋଇଥିଲାବେଳେ ଆମେ ପାରାଦୀପଠାରେ ପେଲେଟ୍‌ ଉତ୍ପାଦନ ପାଇଁ ପ୍ରାକୃତିକ ଗ୍ୟାସ୍‌ ପ୍ରୟୋଗ କରିଛୁ, ଯାହା ପ୍ରକୃତିର ପରିବେଶ ପ୍ରତି ଅନୁକୂଳ। ଗତ ୨ ବର୍ଷ ମଧ୍ୟରେ ଆମେ ପ୍ଲାଣ୍ଟ ପରିସରରେ ୩୦,୦୦୦ରୁ ଅଧିକ ଚାରାରୋପଣ କରିଛୁ, ଯାହା ଗ୍ରୀନ୍‌ବେଲ୍ଟର ବିକାଶକୁ ୩୩% ରୁ ୪୨% କୁ ନେଇଛି। କାର୍ବନ ଫୁଟ୍‌ ପ୍ରିଣ୍ଟକୁ ହ୍ରାସ କରି ସବୁଜ ପରିବେଶକୁ ବଜାୟ ରଖିବା ନିମନ୍ତେ ଏହି ବର୍ଷ ଆମେ ପ୍ଲାଣ୍ଟ ଭିତରେ ୧୦,୦୦୦ରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ଆମ ପ୍ଲାଣ୍ଟ ବାହାରେ ୧୦୦୦ରୁ ଅଧିକ ବୃକ୍ଷ ବଣ୍ଟନ କରିବାର ଲକ୍ଷ୍ୟ ରଖିଛୁ। ସେହିଭଳି କମ୍ପାନୀର ଦାବୁନା, କେନ୍ଦୁଝର ବେନିଫିକେଶନ ପ୍ଲାଣ୍ଟରେ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କ ପାଇଁ କୁଇଜ୍‌ ଏବଂ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ପ୍ଲାଣ୍ଟ ପରିସରରେ ସଫେଇ ଅଭିଯାନ ଏବଂ ବୃକ୍ଷରୋପଣ ଅଭିଯାନ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ନେତୃତ୍ୱ ମୁଖ୍ୟ ବକ୍ତୃତା ପ୍ରଦାନ କରିଥିଲେ ଏବଂ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ଚାରା ବଣ୍ଟନ କରାଯାଇଥିଲା।

The post ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ appeared first on Dharitri Odia News.